ଆଇସିସି ଜାରିକଲା ନୂଆ ଟେଷ୍ଟ ରାଙ୍କିଙ୍ଗ, ଶ୍ରେଷ୍ଠ ୧୦ ଖେଳାଳିଙ୍କ ଭିତରେ ବିରାଟଙ୍କ ସ୍ଥାନ କଣ ଜାଣନ୍ତୁ…

Published By : Prameya-News7 Bureau | July 26, 2019 IST

ନୂଆଦିଲ୍ଲୀ୨୬|୭: ଆଇସିସି ନୂଆ ଟେଷ୍ଟ ରାଙ୍କିଙ୍ଗ୍ ତାଲିକା ଜାରି କରିଛି। ଭାରତୀୟ ଟିମ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବାରୁ ଏହି ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହିଛି। ଏହି ରାଙ୍କିଙ୍ଗର ଦ୍ବିତୀୟ ନମ୍ବରରେ ନ୍ୟୁଜିଲାଣ୍ଡ ଟିମ ରହିଛି। ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧୦ ଖେଳାଳିଙ୍କ ମଧ୍ୟରୁ ଭାରତୀୟ ଟିମର ଅଧିନାୟକ ବିରାଟ କୋହଲିଙ୍କ ନାଁ ପ୍ରଥମ ସ୍ଥାନରେ ରହିଛି।

 ବିରାଟ କୋହଲି ଜଣେ ସୁଦକ୍ଷ ଖେଳାଳି ତାଙ୍କ ନାଁରେ ଅନେକ ରେକର୍ଡ ଯୋଡି ରହିଛି। ତାଙ୍କ ନାଁରେ ଯୋଡି ରହିଥିବା ରେକର୍ଡ ଭାଙ୍ଗିବା କଷ୍ଟସାଧ୍ୟ । ସେହିପରି ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ବିଲିୟମସନଙ୍କ ନାଁ ଦ୍ବିତୀୟ ସ୍ଥାନ ରହିଛି।

ଆଇସିସି ଟେଷ୍ଟ ରାଙ୍କିଙ୍ଗ ଅନୁସାରେ, ଶ୍ରେଷ୍ଠ ୧୦ ବୋଲରଙ୍କ ଭିତରେ ଇଂଲଣ୍ଡର ଜେମସ୍ ଆଣ୍ଡେରସନ ପ୍ରଥମ ସ୍ଥାନରେ ଅଛନ୍ତି। ଏହି ଖେଳାଳି ଜଣେ ସୁଦକ୍ଷ ବୋଲର ଭାବେ ସାରା ବିଶ୍ବରେ ପରିଚିତ। ସେହପରି ଶ୍ରେଷ୍ଠ ୧୦ ରାଙ୍କର ଦ୍ବିତୀୟ ସ୍ଥାନରେ ସାଉଥ୍ ଆଫ୍ରିକାର କଗିସୋ ରବାଡାଙ୍କ ନାଁ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.