ଆଇସିସି ନେଲା ବଡ ନିଷ୍ପତ୍ତି: ‘ନୋ ବଲ’ ଉପରେ ଆଉ ନଜର ରଖିବେନି ଫିଲଡ୍ ଅମ୍ପାୟାର୍

Published By : Prameya-News7 Bureau | July 24, 2019 IST

ଲଣ୍ଡନ୨୪|୭: ଚଳିତ ବର୍ଷ ଲଣ୍ଡନରେ ଆଇସିସିର ବୈଠକ ଶେଷ ହୋଇଯାଇଛି। ଏହି ବୈଠକରେ ‘ନୋ ବଲ’ ଟେକନିକ୍ ବ୍ୟବହାର ପାଇଁ ଆଇସିସି ମଞ୍ଜୁରି ପ୍ରଦାନ କରିଛି। ରିପୋର୍ଟନୁଯାୟୀ, ଏହି ‘ନୋ ବଲ’ ଟେକନିକ ପ୍ରଥମେ ଭାରତରେ ଟ୍ରାଏଲ କରାଯିବ। ୨୦୧୭ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଏକଦିବସୀୟ ମ୍ୟାଚରେ ‘ନୋ ବଲ’ ଟେକନିକ ବ୍ୟବହାର କରାଯାଇଥିଲା

ଏହି ଟେକନିକ ମ୍ୟାଚରେ କମ୍ ସମୟ ପାଇଁ ବ୍ୟବହାର କରାଯାଇଥାଏ। ମହଙ୍ଗା ହୋଇଥିବାରୁ ଏହି ଟେକନିକ ଉପରେ ରୋକ ଲଗାଯାଇଥିଲା। ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର ଅନୁରୋଧ କ୍ରମେ ଏହା ଭାରତରେ ହେଉଥିବା ଘରୋଇ ମ୍ୟାଚରେ ‘ନୋ ବଲ’ ଟେକନିକ ବ୍ୟବହାର କରାଯିବ। ଚଳିତ ବର୍ଷ ଶେଷରେ ଭାରତରେ ହେବାକୁ ଥିବା ଆନ୍ତଃର୍ଜାତୀୟ ମ୍ୟାଚରେ ମଧ୍ୟ ‘ନୋ ବଲ’ ଟେକନିକ ବ୍ୟବହାର କରାଯିବ।

ଏହି ‘ନୋ ବଲ’ ଟେକନିକରେ ଥାର୍ଡ ଅମ୍ପାୟାରଙ୍କ ଦାୟିତ୍ବ ବଢ଼ିଯିବ। ଡିଆରଏସ ମାଧ୍ୟମରେ ଥାର୍ଡ ଅମ୍ପାୟାର ପ୍ରତ୍ୟେକଟି ବଲ ଉପରେ ନଜର ରଖିବେ। ବୋଲିଂ କରିବା ସମୟରେ ବୋଲରଙ୍କ ପାଦ କ୍ରିଜ୍ ବାହାରକୁ ଚାଲିଯାଏ। ତେବେ ଫିଲଡ୍ ଅମ୍ପାୟାରଙ୍କ ହାତ​‌ରେ ଥିବା ପ୍ୟାନ୍ଥର ଭାଇବ୍ରେଟସ୍ ହେବ। ସେହି ସମୟରେ ଫିଲଡ୍ ଅମ୍ପାୟାର ଯଦି ଜାଣି ପାରିବେ ନାହିଁ।  ତାହେଲେ ଅନ୍ୟ ମାଧ୍ୟମରେ ଫିଲଡ ଅମ୍ପାୟାରଙ୍କୁ ‘ନୋ ବଲ’ ବୋଲି ଜଣାଇଦିଆଯିବ। ଏହା ଦ୍ବାରା ‘ନୋ ବଲ’ ସଂଖ୍ୟା ମଧ୍ୟ କମ୍ ହୋଇଯିବ। ଏହାକୁ ‘ନୋ ବଲ’ କେଟନିକ କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.