Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ସାଉଥ୍ ଆଫ୍ରିକାକୁ ୬ ୱିକେଟରେ ହରାଇଲା ଭାରତ, ରୋହିତଙ୍କ ଦମଦାର ଶତକ

5/06/2019 at 10:44 PM

ସାଉଥମ୍ପଟନ୍ ୫।୬: ଆଇସିସି ବିଶ୍ୱକପ୍ ୨୦୧୯ର ପ୍ରଥମ ମୁକାବିଲାରେ ବିଜୟ ହାସଲ କରିଛି ଭାରତ । ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଛି। ୨ ଓଭର ୩ଟି ବଲ ବାକି ଥାଇ ଦକ୍ଷିଣ ଆଫ୍ରିକା ଦେଇଥିବା ରନର ଟାର୍ଗେଟ୍ ପୂରଣ କରିଛି ଭାରତ । ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ଏହି  ବିଜୟ ହାସଲ କରିପାରିଛି । ରୋହିତ ଶର୍ମା ୧୨୨ ରନ୍ କରି ମ୍ଯାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।  

ଦକ୍ଷିଣ ଆଫ୍ରିକା ଟଚ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକଟ୍ ହରାଇ ସଂଗ୍ରହ କରିଥିଲା ୨୨୭ ରନ୍ । ଦକ୍ଷିଣ ଆଫ୍ରିକା ପାଇଁ କ୍ରିସ୍ ମରିନ୍ସ ସବୁଠାରୁ ଅଧିକ ୪୨, କ୍ଯାପ୍ଟେନ୍ ଫାଫ ୩୮ ରନ୍ କରିଥିଲେ । ଭାରତକୁ ୨୨୮ ରନର ଟାର୍ଗେଟ୍ ଦେଇଥିଲା ସାଉଥ ଆଫ୍ରିକା । ତେବେ ମାତ୍ର ୪୭.୩ ଓଭରରେ ଭାରତ ୪ ୱିକେଟ୍ ବିନିମୟରେ ଟାର୍ଗେଟ୍ ହାସଲ କରିଛି। । ଟିମ୍ ଇଣ୍ଡିଆ ପାଇଁ ଧୋନୀଙ୍କ ୩୪ ରନ୍ ଏବଂ କେ.ଏଲ୍. ରାହୁଲଙ୍କ ଗୁରୁତ୍ବପୂର୍ଣ୍ଣ ୨୬ ରନ୍ ବିଜୟରେ ବେଶ ସହାୟକ ହୋଇଛି।  

   Related Posts