Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଆଇସିସି ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମ୍ୟାଚ୍ ସ୍ଥଗିତ, ଜୁନ ୧୦ ନୁହେଁ ଏହି ତାରିଖରୁ ଆରମ୍ଭ ହେବ ମୁକାବିଲା

25/01/2021 at 6:17 PM

ଦୁବାଇ ୨୫।୦୧: ଇଣ୍ଟର ନ୍ୟାସନାଲ କ୍ରିକେଟ୍ କାଉନସିଲ(ଆଇସିସି) ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍‌ ସ୍ଥଗିତ କରି ଦେଇଛି। ଏବେ ଏହି ମ୍ୟାଚ୍ ଜୁନ ୧୮ରୁ ଜୁନ ୨୨ ମଧ୍ୟରେ ଖେଳାଯିବ। ଜୁନ ୨୩ ତାରିଖକୁ ଏହି ଫାଇନାଲ ମ୍ୟାଚ୍ ପାଇଁ ରିଜର୍ଭ ଡେ ଭାବେ ରଖାଯାଇଛି। ପ୍ରଥମେ ଆଇସିସି ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମ୍ୟାଚ୍‌ ଜୁନ ୧୦ରୁ ଜୁନ ୧୪ ମଧ୍ୟରେ ଖେଳା ଯିବାର ଥିଲା। ବର୍ତ୍ତମାନ ଆଇସିସି ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ର ପଏଣ୍ଟ ତାଲିକାରେ ଭାରତୀୟ କ୍ରିକେଟ୍ ଦଳ ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଦ୍ଵିତୀୟ ସ୍ଥାନରେ ରହିଛି।

ଆଇସିସି ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମ୍ୟାଚ୍‌ ପଏଣ୍ଟ ତାଲିକାର ଶୀର୍ଷ ୨ ଦଳ ମଧ୍ୟରେ ଖେଳାଯିବ। ଆଇସିସି ଟେଷ୍ଟ ଚମ୍ପିଆନସିପ୍‌ର ଏହା ପ୍ରଥମ ସଂସ୍କରଣ। ଏଥିରେ ନଅଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଶ୍ରୀଲଙ୍କା, ଓ୍ଵେଷ୍ଟଇଣ୍ଡିଜ ଓ ବାଂଲାଦେଶ କ୍ରିକେଟ୍ ଦଳ ଏଥିରେ ଯୋଗ ଦେଇଛନ୍ତି। ଶୀର୍ଷ ୪ରେ ଭାରତ ଓ ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ରହିଛି।

   Related Posts