Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଆଇସିସି ୱାର୍ଲଡକପ୍: ୫ ୱିକେଟରେ ଭାରତର ୩୩୬ ରନ୍, ପାକ୍ ର ବିଜୟ ପାଇଁ ଦରକାର ୩୩୭

16/06/2019 at 7:24 PM

ମଞ୍ଚେଷ୍ଟର : ସ୍ଥାନୀୟ ଓଲ୍ଡ ଟ୍ରେଫର୍ଡଷ୍ଟାଡିୟମରେ ଆଜି ମୁହାଁମୁହିଁ ହୋଇଛନ୍ତି ୨ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦଳ ଭାରତ ଓ ପାକିସ୍ତାନ। ଟସ୍ ଜିତି ପାକ୍ ପ୍ରଥମେ ବୋଲିଂ ପାଇଁ ନିଷ୍ପତି ନେଇଥିବା ବେଳେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ କରିଛି ୩୩୬ ରନ୍। ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ସାଙ୍ଗକୁ ବିରାଟ କୋହଲିଙ୍କ ୭୭, ଲୋକେଶ ରାହୁଲଙ୍କ ୫୭ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୬ ରନ ବଳରେ ଭାରତ ଏହି ସ୍କୋର କରିଥିବା ବେଳେ ପାକିସ୍ତାନ ଆଗରେ ରହିଛି ୩୩୭ ରନର ବିଜୟ ଲକ୍ଷ। ସେହିପରି ବୋଲିଂରେ ପାକ୍ ଟିମର ମହମ୍ମଦ ଅମୀର ୩, ହାସନ ଅଲ୍ଲି ଓ ବାହବ ରିଆଜଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି।

ପ୍ରାୟ ୨୦ ବର୍ଷ ପରେ ମଞ୍ଚେଷ୍ଟରରେ ଭାରତ ଓ ପାକ୍ ଟିମ୍ ମୁହାଁ ମୁହିଁ ହୋଇଥିବା ବେଳେ ପ୍ରଥମେ ବ୍ୟାଟିଂ ପାଇଁ ମିଳିଥିବା ଅଫରକୁ ଟିମ ଇଣ୍ଡିଆ  ହାତଛଡା କରିନାହିଁ । ଅତ୍ୟନ୍ତ ସତର୍କତାର ସହ ଖେଳ ଆରମ୍ଭ କରି ବୋଲିଂ ଓ ବ୍ୟାଟିଂ ମଧ୍ୟରେ ଖୁବ୍ ସାମଞ୍ଜସ୍ୟ ରକ୍ଷା କରିଛନ୍ତି ଭାରତୀୟ ବ୍ୟାଟସମ୍ୟାନ। ଆଘାତ ଲାଗିବା କାରଣରୁ ଶିଖର ଧାୱନ ମ୍ୟାଚ୍ ରୁ ଦୂରେଇ ରହିଥିବା ବେଳେ  ରୋହିତ-ଲୋକେଶ ଓପନିଂ ଯୋଡି ବେଶ ଚମତ୍କାର ପ୍ରଦର୍ଶନ କରିଥିଲେ। ୩୫ ବଲରେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିବା ଟିମ୍ ଇଣ୍ଡିଆର ସ୍ଥିତିକୁ ମଜଭୁତକରିଥିଲା।  ରୋହିତ ଶର୍ମା ୧୪୦ ରନ କରିଥିବା ବେଳେ ବିରାଟ କୋହଲି ପାକ୍ ବିରୋଧରେ ଏକ ଦିବସୀୟରେ ୧୧ ହଜାର ରନ ପୁରଣ କରିଛନ୍ତି।

   Related Posts