Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଆଇସିସି ବିଶ୍ୱକପ୍ : ଆଫଗାନ ବିପକ୍ଷରେ ୧୧ ରନ୍ ରେ ଜିତିଲା ଭାରତ

22/06/2019 at 11:00 PM

ସାଉଥମ୍ପଟନ ୨୨।୬: ଆଇସିସି ବିଶ୍ୱକପ୍ କ୍ରିକେଟରେ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଭାରତ ୧୧ ରନରେ ବିଜୟୀ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ବିନିମୟରେ ୨୨୪ ରନ ସ୍କୋର କରିଥିବା ବେଳେ ଆଫଗାନିସ୍ତାନ ୨୨୫ ରନ୍ ଲକ୍ଷନେଇ ଷ୍ଟାଡିୟମକୁ ଓହ୍ଲାଇଥିବା ବେଳେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ କରିଛି ୨୧୩ ରନ।  ସାଉଥମ୍ପଟନରେ ଅନୁଷ୍ଠିତ ମ୍ୟାଚ ବେଶ ଚିତାକର୍ଶକ ଥିଲା। ଆଫଗାନିସ୍ତାନ ହାତରେ ପର୍ଯ୍ୟାପ୍ତ ଓଭର ଓ ୱିକେଟ୍ ଥାଇ ମଧ୍ୟ ସମୟର ସଦୁପଯୋଗ କରିବାରେ ବିଫଳ ହୋଇଥିଲା ଟିମ୍। ମହମ୍ମଦ ନବୀଙ୍କ  ଅପରାଜେୟ ୫୨ ରନ ସତ୍ତ୍ୱେ ଦଳ ବିଜୟ ଲକ୍ଷ ହାସଲ କରିପାରିନାହିଁ ।

ରୋଜ ବାଉଲ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ୍ ର ୨୮ତମ ଲିଗମ୍ୟଚରେ ଆଫଗାନୀସ୍ତାନର ସମ୍ମୁଖୀନ ହୋଇଥିଲା ଭାରତ। ଟସ୍ ଜିତି  ଭାରତ ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବିରାଟ କୋହଲିଙ୍କ  ୬୭ ଓ କେ.ଏମ.ଯାଦବଙ୍କ ୫୨ ରନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ କରିଥିଲା ୨୨୪ ରନ୍। ଷ୍ଟାଡିୟମରେ ରନ୍ ହାର ବହୁତ ଧିମା ରହୁଥିବାରୁ ଏହାର ପ୍ରଭାବ ପ୍ରତିପକ୍ଷ ଆଫଗାନିସ୍ତାନ ଉପରେ ମଧ୍ୟ ପଡିଥିଲା। ଆରମ୍ଭରୁ ୩.୩ ହାରରେ ଖେଳି ଆଫଗାନି ସ୍ତାନ ଯଦିଓ ଶେଷ ଓଭରମାନଙ୍କରେ ରନ ହାର ବଢାଇଥିଲା ହେଲେ ୱିକେଟ୍ ପତନ ଏବଂ ଓଭର ଶେଷ ହୋଇଯିବା ଯୋଗୁ ଭାରତର ସ୍କୋରକୁ ଛୁଇଁ ପାରି ନାହିଁ।

ଆଫଗାନିସ୍ତାନର ଦୁଇ ଓପ୍ନର ହଜରତ୍ ଉଲ୍ଲାହ ଓ ଗୁଲବଦିନ ବେଶ ଦୃଢତାର ସହ ଇନିଂସ ଆରମ୍ଭ କରିଥିଲେ ହେଁ ଭାରତୀୟ ବୋଲରଙ୍କ ଆକ୍ରମକ ବଲର ସମ୍ମୁଖୀନ ହୋଇପାରିନଥିଲା ଟିମ୍। ତେବେ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ଖେଳି ଆଫଗାନ ଟିମ ପରାଜୟ ବରଣ କରିଛି। ସାମି୪, ବୁମରା, ଚହଲ ଓ ପାଣ୍ଡ୍ୟାଙ୍କୁ ମିଳିଛି ୨ଟି ଲେଖାଏଁ ୱିକେଟ୍।  ଫଳରେ ଆଫଗାନ ଏପର୍ଯ୍ୟନ୍ତ ବିଶ୍ୱକପ୍ ରେ ସମସ୍ତ ମ୍ୟାଚ୍ ହାରିଛି। ଭାରତ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ଆରମ୍ଭ କରିଥିବା ବିଜୟ ଅଭିଯାନ ଶନିବାର ମ୍ୟାଚ୍ ପର୍ଯ୍ୟନ୍ତ ଜାରି ରଖିବାରେ ସଫଳ ହୋଇଛି।

   Related Posts