ଆଇସିସି ମହିଳା କ୍ରିକେଟ୍ ବିଶ୍ବକପ୍ ପାଇଁ ଘୋଷଣା ହେଲା ତାରିଖ
19/06/2019 at 10:43 AM

ଖ୍ରୀଷ୍ଟଚର୍ଚ୍ଚ ୧୯|୬: ୨୦୨୧ରେ ନ୍ୟୁଜିଲ୍ୟାଣ୍ଡରେ ହେବାକୁଥିବା ଆଇସିସି ମହିଳା ବିଶ୍ୱକପ ପାଇଁ ତାରିଖ ଘୋଷଣା ହୋଇଛି । ଏହି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ୨୦୨୧ ଜାନୁଆରୀ ୩୦ରୁ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପଞ୍ଚମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ମିଳିତ କିମ୍ବା ଏକାକୀ ଆଇସିସିର କୌଣସି ବଡ଼ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି ।
ଏହା ପୂର୍ବରୁ ୧୯୮୨, ୨୦୦୦ରେ ମହିଳା ଏବଂ ୧୯୯୨ ଓ ୨୦୧୫ରେ ପୁରୁଷ ବିଶ୍ୱକପ୍ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ହୋଇଥିଲା ।