Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ମହିଳା ଟି୨୦ ବିଶ୍ୱକପ: ଫାଇନାଲରେ ଅଷ୍ଟ୍ରେଲିଆର ଦମଦାର ବ୍ୟାଟିଂ, ଭାରତକୁ ୧୮୫ରନର ଟାର୍ଗେଟ୍

8/03/2020 at 1:26 PM

ମେଲବର୍ଣ୍ଣ, ୦୮|୦୩:  ମେଲବର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଧାରିତ ୨୦ ଓଭରରେ ୪ ଓ୍ୱିକେଟ ହରାଇ ୧୮୪ ରନ କରିଛି। ଏହାସହ ଭାରତକୁ ୧୮୫ ରନର ଟାର୍ଗେଟ୍ ଦେଇଛି।

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ଟି୨୦ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯାଉଛି। ଭାରତ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଦଳ ୪ଥରର ଟି୨୦ ଚାମ୍ପିଆନ ଅଷ୍ଟ୍ରେଲିଆକୁ ଭେଟିଛି। ତେବେ ଭାରତ ଆଜିର ବିଜୟ ସହ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି। ତେବେ କଙ୍ଗାରୁ ମଧ୍ୟ ଭାରତର ରାସ୍ତା ରୋକିବା ପାଇଁ ପ୍ରୟାସ କରିଛି।

ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ଓପନର ଆଲେଶା ହେଲୀ ୩୯ ବଲରୁ ବିସ୍ଫୋରକ ୭୫ ରନ କରି ଆଉଟ ହୋଇଥିଲେ। ସେହି ପରି ଅନ୍ୟତମ ଓପନର ବେଥ୍ ମୁନୀ ମଧ୍ୟ ଅର୍ଧଶତକ ପୂରଣ କରି ୭୮ ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମେଗ୍ ଲେମାଙ୍ଗ ୧୬ ରନ କରିଥିବା ବେଳେ ଆସଲେ ଗାର୍ଡନର ୨ ରନ କରି ପ୍ୟାଭିଲିୟନ ଫେରିଥିଲେ।

ସେହିପରି ଭାରତ ପକ୍ଷରୁ ଦୀପ୍ତି ଶର୍ମା ୨ଟି ଓ୍ୱିକେଟ୍ ନେଇଥିବା ବେଳେ ରାଧା ଯାଦବ ଓ ପୁନମ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି।

   Related Posts