ପଞ୍ଚମ ଥର ମହିଳା ଟି୨୦ ବିଶ୍ୱକପ ଚାମ୍ପିଆନ ହେଲା ଅଷ୍ଟ୍ରେଲିଆ: ଭାରତର ଆଶା ଚୁରମାର, ୮୫ ରନରେ ହାରିଲା ଭାରତ

Published By : Prameya-News7 Bureau | March 08, 2020 IST

ମେଲବର୍ଣ୍ଣ, ୦୮|୦୩:  ପଞ୍ଚମ ଥର ପାଇଁ ଆଇସିସି ମହିଳା ଟି୨୦ ଚାମ୍ପିଆନ ହୋଇ ଇତିହାସ ରଚିଛି ଅଷ୍ଟ୍ରେଲିଆ। ଭାରତର ଆଶା ଚୁରମାର ହୋଇଛି। ବ୍ୟାଟିଂ ଓ ବୋଲିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରି ନିଜକୁ ଚାମ୍ପିଆନ ବୋଲି ପୁଣି ପ୍ରମାଣିତ କରିଛି କଙ୍ଗାରୁ। ଐତିହାସିକ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଭାରତକୁ ୮୫ ରନରେ ପରାସ୍ତ କରି ଟାଇଟଲ ହାସଲ କରିଛି ଘେରାଇ ଦଳ। ଏହାସହ କଙ୍ଗାରୁ ୫ମ ଥର ପାଇଁ ଚାମ୍ପିଆନ ହୋଇଛି।

{"id":234944,"width":750,"height":490,"sizeSlug":"large"}

ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ଓପନର ଆଲେଶା ହେଲୀ ୩୯ ବଲରୁ ବିସ୍ଫୋରକ ୭୫ ରନ କରି ଆଉଟ ହୋଇଥିଲେ। ସେହିପରି ଅନ୍ୟତମ ଓପନର ବେଥ୍ ମୁନୀ ମଧ୍ୟ ଅର୍ଧଶତକ ପୂରଣ କରି ୭୮ ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମେଗ୍ ଲେମାଙ୍ଗ ୧୬ ରନ କରିଥିବା ବେଳେ ଆସଲେ ଗାର୍ଡନର ୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଫଳରେ ସ୍କୋର ୧୮୪ରେ ପହଁଚିଥିଲା। ଭାରତ ପକ୍ଷରୁ ଦୀପ୍ତି ଶର୍ମା ୨ଟି ଓ୍ୱିକେଟ୍ ନେଇଥିବା ବେଳେ ରାଧା ଯାଦବ ଓ ପୁନମ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ।

{"id":234946,"width":744,"height":530,"sizeSlug":"large"}

୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତକୁ ଆରମ୍ଭରୁ ଝଟକା ଲାଗିଥିଲା। ଦଳର ସବୁଠାରୁ ଭରସାଯୋଗ୍ୟ ଇନଫର୍ମ ବ୍ୟାଟସମ୍ୟାନ ଶେଫାଳି ବର୍ମା ମାତ୍ର ୨ ରନ କରି ଆଉଟ ହୋଇଥିଲେ। ଏହାପରେ ଜେମିମା ରୋଡଗିସ୍ ୦, ସ୍ମୃତି ମାନ୍ଧନା ୧୧ ଓ ହରମନପ୍ରୀତ କୌର ୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଫଳରେ ସ୍କୋର ୩୦ ରନ ହୋଇଥିବା ବେଳେ ୪ଟି ଓ୍ୱିକେଟ ହରାଇ ଦଳ ପାଇଁ ସଙ୍କଟ ସୃଷ୍ଟି ହୋଇଥିଲା।

{"id":234950,"width":757,"height":506,"sizeSlug":"large"}

ତେବେ ଦୀପ୍ତି ଶର୍ମା ଓ ବେଦା କ୍ରିଷ୍ଣାମୂର୍ତ୍ତି ଦଳର ସ୍କୋରକୁ ସୁଧାରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଦୀପ୍ତି ୩୩ ଓ ବେଦା ୧୯ ରନ କରି ଆଉଟ ହେବା ପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା। ଫଳରେ ଦଳ ୧୯.୧ ଓଭରରେ ମାତ୍ର ୯୯ ରନରେ ଅଟକି ଯାଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ ସ୍କଟ୍ ୪ଟି ଓ୍ୱିକେଟ ନେଇଥିବା ବେଳେ ଜେସ୍ ଜୋନାସେନ୍ ୩ଟି ଓ୍ୱିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.