୧୯ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ : ଆଜି ସାଉଥ୍ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା

Published By : Prameya-News7 Bureau | January 17, 2020 IST

କେପ୍ ଟାଉନ୍ ୧୭।୧: ସାଉଥ୍ ଆଫ୍ରିକାରେ ଆଜିଠାରୁ ଆରମ୍ଭ ହେଉଛି ୧୯ବର୍ଷରୁ କମ୍ ବିଶ୍ବକପ୍  କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ପ୍ରଥମ ମ୍ୟାଚ୍ ଆୟୋଜକ ସାଉଥ୍ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ଡାଇମଣ୍ଡ ଓଭାଲ କିମ୍  ବେରିଲରେ ଖେଳାଯିବ ।  ସାଉଥ୍ ଆଫ୍ରିକାର ଅଧିନାୟକ ବ୍ରାସି ପାର୍ସୋନ୍ସ  ରହିଥିବା ବେଳେ ଆଫଗାନିସ୍ତାନର ଅଧିନାୟକ ରିହଛନ୍ତି ଫରାନ୍ ଜାଖିଲ୍ ।

ଆଜି ସାଉଥ୍ ଆଫ୍ରିକାର ସମୟ ସକାଳ ୮ଟା ତଥା ଭାରତୀୟ ସମୟ ୧ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ । ତେବେ ନିକଟ କିଛି ଦିନର ପ୍ରଦର୍ଶନ ଦେଖିଲେ ସାଉଥ୍ ଆଫ୍ରିକାର ଫର୍ମ ସେତେଟା ଭଲ ନାହିଁ । ନିକଟରେ ଖେଳାଯାଇଥିବା ୧୩ଟି ମ୍ୟାଚରୁ ୧୧ଟିରେ ପରାଜୟ ବରଣ କରିଛି ସାଉଥ୍ ଆଫ୍ରିକା । ଏହାସହ ୱାର୍ଲଡ କପ୍  ୱାର୍ମ ଅଫ୍ ମ୍ୟାଚରେ ମଧ୍ୟ ଶ୍ରୀଲଙ୍କା ଓ ଆଫଗାନିସ୍ତାନଠାରୁ ପରାସ୍ତ ହୋଇଛି ସାଉଥ୍ ଆଫ୍ରିକା । ଆସନ୍ତା ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.