କରୋନା ଭାଇରସ ପାଇଁ ଆଇସିସିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସ୍ଥଗିତ ହେଲା ୨ଟି ବଡ ଟୁର୍ଣ୍ଣାମେଣ୍ଟ

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ, ୧୨|୦୫ :  ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସି କରୋନା ଭାଇରସ ସଂକ୍ରମଣକୁ ନଜରରେ ରଖି ୨୦୨୧ ମହିଳା ବିଶ୍ୱକପ ଓ ଅଣ୍ଡର-୧୯ ୨୦୨୨ ପୁରୁଷ ବିଶ୍ୱକପ ପାଇଁ ଜୁଲାଇରେ ହେବାକୁ ଥିବା କ୍ୱାଲିଫାଇଂ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିଛି । ମହିଳା କ୍ୱାଲିଫାଇଂ ପ୍ରତିଯୋଗିତା ଶ୍ରୀଲଙ୍କାରେ ଜୁଲାଇ ୩ରୁ ୧୯ ଯାଏଁ ହେବ ବୋଲି ଧାର୍ଯ୍ୟ ହୋଇଥିଲା । ଏଥିରେ ଶ୍ରୀଲଙ୍କା ସହ ୧୦ଟି ଦଳ ଅଂଶଗ୍ରହଣ କରିଥାନ୍ତେ । ବାଂଲାଦେଶେ, ଆୟାରଲାଣ୍ଡ୍, ନେଦରଲାଣ୍ଡ, ପାକିସ୍ତାନ, ପାପୁଆ ନ୍ୟୁ ଗିନି, ଥାଇଲାଣ୍ଡ, ଆମେରିକା, ଓ୍ୱେଷ୍ଟଇଣ୍ଡିଜ ଓ ଜିମ୍ବାଓ୍ୱେ ମଧ୍ୟ ଏଥିରେ ଭାଗ ନେଇଥାନ୍ତେ ।

ଆଇସିସି ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ବିଭିନ୍ନ ସରକାର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଆଲୋଚନା ପରେ ୨୦୨୧ ମହିଳା ବିଶ୍ୱକପ ଓ ୨୦୨୨ ଅଣ୍ଡର-୧୯ ପୁରୁଷ ବିଶ୍ୱକପର କ୍ୱାଲିଫାଇଂ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଇଛି । ଏହା ଜୁଲାଇ ୨୪ରୁ ୩୦ ଯାଏଁ ଡେନମାର୍କରେ ହେବାନେଇ ଧାର୍ଯ୍ୟ ହୋଇଥିଲା । ଏହାର ଆୟୋଜନ କେବେ ହେବ ସେନେଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ।

{"id":268867,"width":691,"height":460,"sizeSlug":"large"}

ଆଇସିସି ପ୍ରତିଯୋଗିତା ପ୍ରମୁଖ କ୍ରିସ୍ ଟେଟଲି କହିଛନ୍ତି ଯେ, କରୋନା ପାଇଁ ବିଭିନ୍ନ ଦେଶରରେ ଯାତ୍ରୀଙ୍କ ପାଇଁ କଟକଣା ଜାରି କରାଯାଇଛି । ଏହାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । କାରଣ ଅଣ୍ଡର-୧୯ ବିଶ୍ୱକପ କ୍ୱାଲିଫାଇଂ ଟୁର୍ଣ୍ଣାମେଣ୍ଟ ୟୁରୋପୀୟ ଦେଶରେ ଆୟୋଜିତ ହୋଇଥାନ୍ତା । ଏଠାରେ କରୋନା ଭାଇରସର ଆତଙ୍କ ଥମିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.