Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ବିସିସିଆଇର ଦୃଢୋକ୍ତି : ଆସନ୍ତା ବର୍ଷ ସଫଳତାର ସହ ଆୟୋଜନ ହେବ ଟି-ଟ୍ବେଣ୍ଟି ବିଶ୍ବକପ

12/11/2020 at 7:21 PM

ନୂଆଦିଲ୍ଲୀ ୧୨/୧୧ : କରୋନା ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ  ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପକୁ ସ୍ଥଗିତ ରଖାଯାଇଛି । ଏହି ବର୍ଷ ହେବାକୁ ଥିବା ଟି-ଟ୍ବେଣ୍ଟି ବିଶ୍ବକପକୁ ବାତିଲ କରାଯାଇଛି । ଆଇସିସି ନିୟମ ଅନୁଯାୟୀ ପ୍ରତି ୨ ବର୍ଷରେ ଥରେ ଅର୍ଥାତ ୨୦୨୨ରେ  ଟି-ଟ୍ବେଣ୍ଟି ବିଶ୍ବକପ ଖେଳାଯିବାକୁ ନିଷ୍ପତ୍ତି ନିଆାଯାଇଛି । ତେବେ ଏହାରି ମଧ୍ୟରେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆଇପିଏଲ ଭଳି ଆସନ୍ତା ବର୍ଷ ଅର୍ଥାତ ୨୦୨୧ରେ ଟି-ଟ୍ବେଣ୍ଟି ବିଶ୍ବକପକୁ ସୁରକ୍ଷିତ ଏବଂ ସଫଳତାର ସହ ଆୟୋଜନ କରିବାକୁ ପ୍ରତିବଦ୍ଧ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିସିସିଆଇର ମହାସଚିବ ଜୟ ଶାହା ।  ଭାରତରେ ୨୦୨୧ ଅକ୍ଟୋବର-ନଭେମ୍ବରରେ ଏହା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ବିସିସିଆଇ ।

ବୟାନ ବେଳେ ଜୟ ଶାହା କହିଛନ୍ତି ବିସିସିଆଇ ଦାବି ଉପସ୍ଥାପନ କରିବା ସମୟରେ ଏହା ସୁନିଶ୍ଚିତ କରିବ ଯେ ଟୁର୍ଣ୍ଣାମେଣ୍ଟ ସମୟ​‌ରେ ସମସ୍ତଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବ । ଶାହା ଆହୁରି ମଧ୍ୟ କହିଛନ୍ତି ବିଶ୍ବକପ ଖେଳିବା ପାଇଁ ଆସିବାକୁ ଥିବା ସମସ୍ତ ଦଳକୁ ଖୁବ ସୁନ୍ଦର ଆତିଥେୟତା ପ୍ରଦାନ କରାଯିବ  । ଆଇସିସିକୁ ଏବଂ ବୋର୍ଡ ସଦସ୍ୟଙ୍କୁ ଜୟ ଶାହା କହିଛନ୍ତି ଭାରତ ସବୁ ଦଳଙ୍କୁ ଆତିଥେୟତା ଦେବାରେ କେବେ କୌଣସି ହେଳା କରିନାହିଁ । ଏଠରେ ସବୁ ଟିମ ନିଜ ଘର ଭଳି ମାହୋଲ ଅନୁଭବ କରିବେ ।

ଏପରି ଅଭୁତପୂର୍ବ ଏବଂ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ବିସିସିଆଇ ନିଜେ ଦାୟିତ୍ବ ନେଇ ଏହାକୁ ଯଥା ସମ୍ଭବ ସଫଳ କରିବାକୁ ପ୍ରୟାସ କରିବ । ଏହା ହେଉଛି ଟି-ଟ୍ବେଣ୍ଟି ବିଶ୍ବକପର ସପ୍ତମ ସଂସ୍କରଣ ଏବଂ ପାଞ୍ଚ ବର୍ଷ ପରେ ଭାରତକୁ ଏହାର ପ୍ରତ୍ୟାବର୍ତ୍ତନ ହେଉଛି । ତେବେ ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ବୋର୍ଡର ପ୍ରଶାସକ ଭାବେ ଏହା ବହୁତ ଚ୍ୟାଲେଞ୍ଜିଂ ହେବ । ଗାଙ୍ଗୁଲି କହିଛନ୍ତି, ସେ ଜଣେ ଖେଳାଳୀ ଭାବେ ଆଇସିସିର ଟୁର୍ଣ୍ଣାମେଣ୍ଟରେ ଭାଗ ନେବାର ଫାଇଦା ଉଠାଇଛନ୍ତି ସହ ପ୍ରତି ମ୍ୟାଚର ମାହୋଲକୁ ଖୁବ ଉପଭୋଗ କରିଛନ୍ତି ।  ଏବେ ଜଣେ ପ୍ରଶାସକର ଭୂମିକା ନିଭାଇବାକୁ ଉତ୍ସୁକ ଥିବା ଏବଂ ପ୍ରତିଷ୍ଠିତ କ୍ରିକେଟକୁ ଆୟୋଜନ କରିବାକୁ ପ୍ରସ୍ତୁତ ଅଛୁ ବୋଲି ଗାଙ୍ଗୁଲି କହିଛନ୍ତି ।

ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୁ ସାହନୀ କହିଛନ୍ତି ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପକୁ ସଫଳତାର ସହ ଆୟୋଜନ କରିବା ଦିଗରେ କାମ କରୁଛି ଯେଉଁଥିରେ କି ସାରା ବିଶ୍ବର କ୍ରିକେଟ ପ୍ରଶଂସକ ଦେଖିବାର ଲାଭ ଉଠାଇ ପାରିବେ । ଆଇପିଏଲକୁ ସଫଳତାର ସହ ଏବଂ ସୁରକ୍ଷିତ ଭାବେ ଆୟୋଜନ କରିଥିବାରୁ ବିସିସିଆଇକୁ ଅଭିନନ୍ଦନ ଜଣାଇଛନ୍ତି ମନୁ ସାହନୀ ।

   Related Posts