Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ବିଶ୍ଵ କପ୍‌ ଖେଳିବେ ୧୪ ଟିମ୍, ପୁଣି ଥରେ ହେବ ଚମ୍ପିଆନ୍ସ ଟ୍ରଫି, ୨୦୨୩ ରୁ ୩୧ ମଧ୍ୟରେ ହେବ ୧୨ ବଡ ଟୁର୍ଣ୍ଣାମେଣ୍ଟ

1/06/2021 at 10:30 PM

ନୂଆଦିଲ୍ଲୀ ୦୧।୦୬: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ବିଶ୍ଵ କପ୍‌କୁ ନେଇ କିଛି ବଡ ଘୋଷଣା କରିଛି। ଏଥିସହ ୨୦୨୩-୩୧ ମଧ୍ୟରେ ବିଶ୍ଵ କ୍ରିକେଟ୍‌ର କାର୍ଯ୍ୟସୂଚୀ ମଧ୍ୟ ଜାରି କରିଛି। ୨୦୨୭ ଓ ୨୦୩୧ ବିଶ୍ଵ କପ୍‌ରେ ୧୪ଟି ଦଳ ଅଂଶ ଗ୍ରହଣ କରିବେ। ଏଥସହ ପୁଣି ଥରେ କ୍ରିକେଟ୍ ପ୍ରଶଂସକଙ୍କୁ ଚମ୍ପିଆନ୍ସ ଟ୍ରଫି ଦେଖିବାକୁ ମିଳିବ। ଆଇସିସି ନିଜର କାର୍ଯ୍ୟକ୍ରମରେ ଚମ୍ପିଆନ୍ସ ଟ୍ରଫିକୁ ସ୍ଥାନ ଦେଇଛି।

୨୦୨୩-୩୧ ମଧ୍ୟରେ ପୁରୁଷ କ୍ରିକେଟ୍‌ର ୧୨ ବଡ  ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ଏଥିରେ ଦୁଇଟି ବିଶ୍ଵ କପ୍, ଚାରୋଟି ଟି-୨୦ ବିଶ୍ଵ କପ୍, ଦୁଇଟି ଚମ୍ପିଆନ୍ସ ଟ୍ରଫି ଏବ ଚାରି ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ରହିଛି। ଏହା ବ୍ୟତୀତ ମହିଳାଙ୍କ ୮ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ବିସିସିଆଇ, କ୍ରିକେଟ୍ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡର ବିରୋଧ ମଧ୍ୟରେ ଆଇସିସି ପ୍ରତି ବର୍ଷ ଗୋଟିଏ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ଏହି ସମୟରେ ୧୯ ବର୍ଷରୁ କମ ବର୍ଗର ଟୁର୍ଣ୍ଣାମେଣ୍ଟ ମଧ୍ୟ ସାମିଲ।

ଆଇସିସି ବୈଠକ ପରେ ସୂଚନା  ଦେଇଛି ଯେ, ୨୦୧୭ ଓ ୨୦୩୧ ବିଶ୍ଵକପରେ ୧୪ଟି ଦଳ ଅଂଶ ଗ୍ରହଣ କରିବେ। ଏଥିରେ ମୋଟ୍ ୫୪ଟି ମୁକାବିଲା ଖେଳାଯିବ। ବିଶ୍ଵ କପ୍ ୨୦୦୩ ପରି ସୁପର-୬ ଫର୍ମାଟରେ ଆୟୋଜନ ହେବ। ଦୁଇଟି ଗ୍ରୁପରେ ୭-୭ ଦଳ ରହିବେ। ପ୍ରତି ଦଳ ୬ଟି ଲେଖାଏଁ ମ୍ୟାଚ୍ ଖେଳିବେ। ପ୍ରତି ଗ୍ରୁପର ଶୀର୍ଷ ୩ ଦଳ ସୁପର-୬ରେ ପ୍ରବେଶ କରିବେ। ପୁଣି ସୁପର ସିକ୍ସରେ ପ୍ରତି ଦଳ ପାଞ୍ଚଟି ଲେଖାଏଁ ମ୍ୟାଚ୍ ଖେଳିବେ। ଏହା ପରେ ପଏଣ୍ଟ ଆଧାରରେ ୪ଟି ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିବେ।

ସେହି ପରି ୨୦୨୪, ୨୦୨୬, ୨୦୨୮ ଓ ୨୦୩୦ରେ ହେବାକୁ ଥିବା ଟି-୨୦ ପୁରୁଷ ବିଶ୍ଵ କପରେ ୨୦ଟି ଦଳ ଅଂଶ ଗ୍ରହଣ କରିବେ। ଟୁର୍ଣ୍ଣାମେଣ୍ଟରେ ୫୫ଟି ମ୍ୟାଚ୍ ଖେଳାଯିବ। ଟି-୨୦ ବିଶ୍ଵ କପରେ ଦଳଗୁଡିକୁ ଚାରୋଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପରେ ୫ଟି ଲେଖାଏଁ ଦଳ ରହିବେ। ପ୍ରତି ଗ୍ରୁପର ଶୀର୍ଷ ୨ ଦଳ ସୁପର-୮ରେ ପ୍ରବେଶ କରିବେ। ଏହା ପରେ ସେମି ଫାଇନାଲ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ବନ୍ଦ ହେବ ନାହିଁ ଚମ୍ପିଆନ୍ସ ଟ୍ରଫି

ଆଇସିସି ଚମ୍ପିଆନ୍ସ ଟ୍ରଫିର ଆୟୋଜନ ୨୦୧୭ରେ ବନ୍ଦ କରିଥିଲା। ୧୯୯୮ରେ ଏହାର ଆରମ୍ଭ  ହୋଇଥିଲା। ଟୁର୍ଣ୍ଣାମେଣ୍ଟର ୮ ସଂସ୍କରଣ ଖେଳା ଯାଇଥିଲା। ଭାରତ ଓ ଅଷ୍ଟ୍ରେଲିଆ ଦୁଇଟି ଲେଖାଏଁ ଟାଇଟଲ୍ ଜିତିଥିଲେ। ୨୦୦୨ରେ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ବିଜେତା ରହିଥିଲେ। ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା  ଓ ଓ୍ଵେଷ୍ଟଇଣ୍ଡିଜ ପ୍ରତ୍ୟେକ ଦଳ ଥରୁଟିଏ ଚମ୍ପିଆନ  ହୋଇଥିଲେ। ଭାରତ ସୌରଭ ଗାଙ୍ଗୁଲି ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ଚମ୍ପିଆନ ହୋଇଥିଲା। ଧୋନୀଙ୍କ ଅଧିନାୟକତ୍ଵରେ ଭାରତ ୨୦୧୩ରେ ଚମ୍ପିଆନ ହୋଇଥିଲା।  

   Related Posts