Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଜୁନ୍‌ ୨ରେ ଆଇସିସିର ଗୁରୁତ୍ବପୂର୍ଣ୍ଣ ବୈଠକ, ଟି-୨୦ ବିଶ୍ବକପ୍‌ ସହ ଏହି ପ୍ରସଙ୍ଗରେ ହୋଇପାରେ ଚର୍ଚ୍ଚା

31/05/2021 at 5:32 PM

ନୂଆଦିଲ୍ଲୀ ୩୧/୫: ଭାରତରେ ଟି-୨୦ ବିଶ୍ବକପ୍‌ ଆୟୋଜନ ହେବ କି ନାହିଁ ସେନେଇ ଚର୍ଚ୍ଚା ଚାଲିଛି । ବୁଧବାର ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡର ଭର୍ଚୁଆଲ ବୈଠକରେ ଏନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇନପାରେ। କାରଣ ଶେଷ ନିଷ୍ପତ୍ତି ନେବାକୁ ବିସିସିଆଇ ଗୋଟିଏ ମାସ ସମୟ ମାଗିଛି । ବୁଧବାର ହେବାକୁ ଥିବା ବୈଠକରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସାମିଲ ହୋଇପାରିବେ ନାହିଁ। ସେ ୨ ଜୁନ୍‌ (ବୁଧବାର)ରେ ଇଣ୍ଡିଆାନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନକୁ ନେଇ ଏମିରେଟ୍‌ କ୍ରିକେଟ ବୋର୍ଡ ସହ ଆଲୋଚନା କରିବାକୁ ୟୁଏଇ ଯିବେ।  

ବୈଠକରେ କୌଣସି ପ୍ରକାର ସ୍ପଷ୍ଟ ଚିତ୍ର ମିଳିପାରିବ ନାହିଁ । କିନ୍ତୁ ଜୁଲାଇ ପହିଲା ପରେ ବିସିସିଆଇ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନ କରିପାରେ ।୧୮ ଜୁଲାଇରେ ଆଇସିସିର ଆରମ୍ଭ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ବିସିସିଆଇ ନିଜର ନିଷ୍ପତ୍ତି ସମ୍ପର୍କରେ ଜଣାଇପାରେ ବୋଲି ଚର୍ଚ୍ଚା ହେଉଛି। ଆଇପିଏଲର ବାକି ମ୍ୟାଚ ୧୫ ସେପ୍ଟମ୍ବରରୁ ୧୫ ଅକ୍ଟୋବର ମଧ୍ୟରେ ୟୁଏଇରେ ହେବାକୁ ଥିବା ବେଳେ ଭାରତୀୟ କ୍ରିକେଟ ବୋର୍ଡ ଟି-୨୦ ବିଶ୍ବକପ୍‌ ଆୟୋଜନ କରିବାର ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ । ଯେଉଁଥିପାଇଁ ୟୁଏଇ ହିଁ ବିକଳ୍ପ ସ୍ଥାନ।

ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦେଶରେ କରୋନା ସଂକ୍ରମଣରେ ହ୍ରାସ ଘଟିଛି ସତ କିନ୍ତୁ ଏହି ସମୟରେ ବିଶ୍ବକପ୍ ଆୟୋଜନ କରିବା ପାଇଁ ବିସିସିଆଇ ସ୍ପଷ୍ଟ କରିପାରିବ ନାହିଁ। ଏହାକୁ ନଜରରେ ରଖି ଗାଙ୍ଗୁଲି ଏବଂ ସଚିବ ଜୟ ଶାହା ନିଷ୍ପତ୍ତି ପାଇଁ ଗୋଟିଏ ମାସ ସମୟ ମାଗିଛନ୍ତି। ବିସିସିଆଇର ଜଣେ ଅଧିକାରୀଙ୍କ ଅନୁସାରେ, ବିଶ୍ବକପ୍‌ ଆୟୋଜନ ପାଇଁ ସରକାରଙ୍କ ପାଖରୁ ପରାମର୍ଶ ନେବାକୁ ପଡ଼ିବ । ଯଦି ବିସିସିଆଇ ଅକ୍ଟୋବର-ନଭେମ୍ବରରେ ବିଶ୍ବକପ୍‌ ଆୟୋଜନ କରିବାକୁ ସଫଳ ହୁଏ ତେବେ ୯ଟି ସ୍ଥାନ ପରିବର୍ତେ ମୁମ୍ବାଇର ୩ଟି ଷ୍ଟାଡିୟମରେ ଆୟୋଜିତ ହୋଇପାରିବ। ଏହା ବ୍ୟତୀତ ବୈଠକରେ ୨୦୨୩ରୁ ୨୦୩୧ ପର୍ଯ୍ୟନ୍ତ ୮ ବର୍ଷ ପାଇଁ ଭବିଷ୍ୟତ ଗସ୍ତ କାର୍ଯ୍ୟକ୍ରମ (ଏଫଟିପି) ଉପରେ ମଧ୍ୟ ଚର୍ଚ୍ଚା ହେବ ବୋଲି ଜଣାପଡ଼ିଛି।

   Related Posts