Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଭାରତ ହାତରୁ ଖସିଯିବ ଟି-୨୦ ବିଶ୍ଵ କପ୍ ଆୟୋଜନ ! ଜୁନ ୧ରେ ଘୋଷଣା କରିବ ଆଇସିସି

21/05/2021 at 5:52 PM

ନୂଆଦିଲ୍ଲୀ ୨୧।୦୫: ଅକ୍ଟୋବର ମାସରେ ଟି-୨୦ ବିଶ୍ଵ କପ୍‌ ଆୟୋଜନ ହେବାକୁ ଯାଉଛି। ତେବେ କରୋନାର ଦ୍ଵିତୀୟ ଲହର କାରଣରୁ ଏହାର ଆୟୋଜନ ଭାରତ ହାତରୁ ଖସି ଯିବାକୁ  ବସିଛି। ଖବର ଅନୁଯାୟୀ, ଆଇସିସି ଟି-୨୦ ବିଶ୍ଵ କପ୍ ଭାରତ ପରିବର୍ତ୍ତେ ଅନ୍ୟତ୍ର ଆୟୋଜନ ପାଇଁ ଆଇସିସି ମନ ବଳାଇଛି। କାରଣ ଭାରତରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଏଥି ଯୋଗୁଁ ଦୁନିଆର ସବୁଠୁ ବଡ ଟି-୨୦ ଲିଗ୍ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେଣୁ ଏମିତି ସ୍ଥିତିରେ ଭାରତରେ ଟି-୨୦ ବିଶ୍ଵ କପ୍ ଆୟୋଜନ ସୁରକ୍ଷିତ ଲାଗୁନଥିବା ସମସ୍ତେ ହୃଦବୋଧ କଲେଣି। ଏବେ ପ୍ରଶ୍ନ ଉଠୁଛି ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କେଉଁଠି କରିବ ?

ଖବର ଅନୁଯାୟୀ, ଜୁନ ୧ରେ ଆଇସିସିର  ବୈଠକ ବସିବାକୁ ଯାଉଛି। ଏଥିରେ ଟି-୨୦ ବିଶ୍ଵ କପ୍‌ର ଆୟୋଜନ ସ୍ଥଳ ଘୋଷଣା ହେବ। ୟୁଏଇରେ ୨୦୨୧  ବିଶ୍ଵ କପ୍ ଆୟୋଜନର ସମ୍ଭାବନା ଅଧିକ ରହିଛି। ୟୁଏଇ ମଧ୍ୟ ଗତ ବର୍ଷ କରୋନାକାଳରେ ଆଇପିଏଲ୍‌ର ସଫଳ ଆୟୋଜନ କରିଥିଲା।

ଜୁନ ୧ରେ ହେବାକୁ ଥିବା ବୈଠକରେ ଟି-୨୦ ବିଶ୍ଵ କପ୍ ଆୟୋଜନ ବଡ ପ୍ରସଙ୍ଗ  ହେବ। ଏହି ବୈଠକରେ ସ୍ପଷ୍ଟ ହୋଇ ଯିବ ଯେ, ବିଶ୍ଵ କପ୍‌ କେଉଁ ଦେଶରେ ଖେଳାଯିବ। ଭାରତରେ ଏହାର ଆୟୋଜନ ନେଇ ମଧ୍ୟ ଅନେକ ଉପାୟ ଉପରେ ଆଲୋଚନା କରାଯିବ। ଉଲ୍ଲେଖଯୋଗ୍ୟ ବିସିସିଆଇ ନଅଟି ସ୍ଥାନରେ ଟି-୨୦ ବିଶ୍ଵ କପ୍ ଆୟୋଜନ ପାଇଁ ଅଣ୍ଟା ଭିଡିଛି। ଏଥିରେ ଅହମ୍ମଦାବାଦ, ମୁମ୍ବାଇ, କୋଲକାତା, ନୂଆଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ଧର୍ମଶାଳା ଓ ଲକ୍ଷ୍ନୌ ସାମିଲ।

   Related Posts