ଆଇସିସି ଟେଷ୍ଟ ରାଙ୍କିଙ୍ଗ୍, ଶୀର୍ଷ ସ୍ଥାନ ବଜାୟ ରଖିଲା ଭାରତ, ନିକଟତର ହେଲା ନ୍ୟୁଜିଲାଣ୍ଡ

Published By : Prameya-News7 Bureau | May 13, 2021 IST

ନୂଆଦିଲ୍ଲୀ ୧୩।୦୫: ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି। କିନ୍ତୁ ଦ୍ଵିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଭାରତର ନିକଟତର ହୋଇଛି। କିଓ୍ଵି ଦଳ ମାତ୍ର ଏକ ପଏଣ୍ଟ ପଛରେ ରହିଛି।

ଆଇସିସିର ସଦ୍ୟତମ ମାନ୍ୟତାରେ ଭାରତ ଏକ ରେଟିଂ ପଏଣ୍ଟ ହାସଲ କରିଛି। ଦଳର ପଏଣ୍ଟ ୧୨୧ ରହିଥିବା ବେଳେ ନ୍ୟୁଜିଲାଣ୍ଡର ରେଟିଂ ପଏଣ୍ଟ ଦୁଇ ଅଙ୍କ ବଢିଛି। ଏହା ପରେ କିଓ୍ଵି ଦଳର ପଏଣ୍ଟ ୧୨୦ରେ ପହଞ୍ଚିଛି। ଇଂଲଣ୍ଡ ୧୦୯ ପଏଣ୍ଟ ସହ ତୃତୀୟ, ୧୦୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ଚତୁର୍ଥରେ ଥିବା ବେଳେ ପାକିସ୍ତାନ ପଞ୍ଚମରେ ରହିଛି।

wp:html /wp:html

ଦୁଇ ଦଳ ମଧ୍ୟରେ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଏକ ନୂତନ ରେକର୍ଡ କରିବାକୁ ଯାଉଛି। ଏହି ମ୍ୟାଚ୍‌ର ଫଳାଫଳ ନିର୍ଦ୍ଧାରଣ କରିବ କେଉଁ ଦଳ ଶୀର୍ଷ ସ୍ଥାନକୁ ବଜାୟ ରଖିବ। ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍ ମୁକାବିଲା ପରେ ଭାରତ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ  ଟେଷ୍ଟ ସିରିଜ୍ ଖେଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.