କ୍ୟାରିୟରର ସର୍ବଶ୍ରେଷ୍ଠ ଟେଷ୍ଟ ରାଙ୍କିଙ୍ଗ୍‌ରେ ପହଞ୍ଚିଲେ ଋଷଭ ପନ୍ତ, ରୋହିତଙ୍କ ସହ ହେଲେ ସମକକ୍ଷ

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ ୧୦।୦୩: ନିଜର ଧୂଆଁଧାର ବ୍ୟାଟିଂ ବଳରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଟେଷ୍ଟ କ୍ରିକେଟ୍‌ରେ ମ୍ୟାଚ୍‌ ଓ୍ଵିନର ସାବ୍ୟସ୍ତ ହୋଇଥିବା ଋଷଭ ପନ୍ତ ଆଉ ଏକ ବଡ ସଫଳତା ହାସଲ କରିଛନ୍ତି। ପନ୍ତ ଆଇସିସି ଦ୍ଵାରା ଜାରି ସଦ୍ୟତମ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ନିଜର ସର୍ବଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ପନ୍ତ ନିଜ କ୍ୟାରିୟରରେ ବେଷ୍ଟ ରାଙ୍କିଙ୍ଗ୍ ୭ମ ହାସଲ କରିଛନ୍ତି। ପନ୍ତ ମାନ୍ୟତାରେ ରୋହିତ ଶର୍ମାଙ୍କ ସମକକ୍ଷ ହୋଇଛନ୍ତି। ଏହି ଦୁଇ ବ୍ୟାଟସମ୍ୟାନଙ୍କ ସହ ନ୍ୟୁଜିଲାଣ୍ଡର ହେନରି ନିକୋଲାସ ମଧ୍ୟ ସପ୍ତମରେ ରହିଛନ୍ତି। ଏହି ତିନି ଖେଳାଳିଙ୍କ ପଏଣ୍ଟ ସଂଖ୍ୟା ୭୪୭ ରହିଛି।

{"id":420914,"sizeSlug":"large","linkDestination":"none"}

ପନ୍ତ ଇଂଲଣ୍ଡ ସିରିଜ୍‌ରେ ଦମଦାର ପ୍ରଦର୍ଶନ କରି ୭ଟି ସ୍ଥାନ ଉପରକୁ ଉଠିଛନ୍ତି। ସେ ଏବେ ବାବର ଆଜମ ଓ ବିରାଟ କୋହଲିଙ୍କଠୁ ପଛରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଋଷଭ ଭାରତର ପ୍ରଥମ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଭାବେ ଟେଷ୍ଟ ମାନ୍ୟତାରେ ଶୀର୍ଷ ୧୦ରେ ନିଜର ସ୍ଥାନ ମଜବୁତ କରିଛନ୍ତି। ଅନ୍ୟପଟେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ମଧ୍ୟକ୍ରମ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରାଙ୍କ ମାନ୍ୟତାରେ ଅବନ୍ନତି ଘଟିଛି। ବିରାଟଙ୍କ ପଏଣ୍ଟ ୮୧୪ ରହିଛି। ୨୦୧୭ ନଭେମ୍ବର ପରେ ଏହା ତାଙ୍କର ସବୁଠୁ ସର୍ବନିମ୍ନ ଟେଷ୍ଟ ରେଟିଂ। ପୂଜାରା ରେଟିଂ ପଏଣ୍ଟ ୬୯୭ ରହିଛି। ୨୦୧୬ ସେପ୍ଟେମ୍ବର ପରେ ପ୍ରଥମ ଥର ୭୦୦କୁ ଖସିଛି।

ଆଇସିସିର ସଦ୍ୟତମ ଏହି ମାନ୍ୟତାରେ କେନ୍ ଓ୍ଵିଲିୟମସନ ଏକ ନମ୍ଵର ସ୍ଥାନରେ ରହିଛନ୍ତି। ଷ୍ଟିଭ୍ ସ୍ମିଥ୍ ଦ୍ଵିତୀୟ ଏବଂ ମାର୍ନସ ଲାବୁସନେ ତୃତୀୟ ସ୍ଥାନରେ ସ୍ଥିର ରହିଛନ୍ତି। ଜୋ ରୁଟ୍ ଚତୁର୍ଥ, ଅଧିନାୟକ ବିରାଟ କୋହଲି ପଞ୍ଚମ ଓ ବାବର ଆଜମ ଷଷ୍ଠରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.