Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଆଇସିସି ଟେଷ୍ଟ ରାଙ୍କିଙ୍ଗ୍: ଓଭାଲ ସେଞ୍ଚୁରୀର ମିଳିଲା ଫାଇଦା, ଖାସ୍ ଉପଲବ୍ଧି ହାସଲ କଲେ ରୋହିତ ଶର୍ମା

8/09/2021 at 5:03 PM

ନୂଆଦିଲ୍ଲୀ ୦୮।୦୯: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଗୁରୁବାର ସଦ୍ୟତମ ଟେଷ୍ଟ ରାଙ୍କିଙ୍ଗ ଜାରି କରିଛି। ଚତୁର୍ଥ  ଟେଷ୍ଟରେ ଶତକ ଅର୍ଜନ କରିଥିବା ଭାରତର ଓପନର ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କୁ ଏହାର ଫାଇଦା ମିଳିଛି। ରୋହିତ ଶର୍ମା ପଞ୍ଚମ ସ୍ଥାନରେ ନିଜର ସ୍ଥିତି ଆହୁରି ମଜବୁତ କରିଛନ୍ତି। କିନ୍ତୁ ଟେଷ୍ଟ କ୍ୟାରିୟରରେ ସେ ପ୍ରଥମ ଥର ୮୦୦ରୁ ଅଧିକ ରେଟିଂ ପଏଣ୍ଟ ହାସଲ କରିବାର ଉପଲବ୍ଧି ହାସଲ କରିଛନ୍ତି। ତାଙ୍କର ସଦ୍ୟତମ ଟେଷ୍ଟ ରେଟିଂ ହେଉଛି ୮୧୩। ବିରାଟ କୋହଲି ପୂର୍ବବତ୍ତ ଷଷ୍ଠ ସ୍ଥାନରେ ରହିଛନ୍ତି। ରୋହିତଙ୍କୁ ୪୦ ପଏଣ୍ଟର ଫାଇଦା ମିଳିଛି।

ଏଥିସହ ରୋହିତ ଶର୍ମା  ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ଏକବିଂଶ ଶତାବ୍ଦୀରେ ତାଙ୍କ ପୂର୍ବରୁ କେବଳ ସାତ ଜଣ ଭାରତୀୟ ବ୍ୟାଟସମ୍ୟାନ ୮୦୦ ରେଟିଂର ଉପଲବ୍ଧି  ହାସଲ କରିଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲି, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଚେତେଶ୍ଵର ପୂଜାରା, ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହ୍ଵାଗ ଓ ଆଜିଙ୍କ୍ୟ ରାହାଣେ ଏଥିରେ ସାମିଲ୍। ବ୍ୟାଟିଂରେ ଆଇସିସି ଟେଷ୍ଟ ମାନ୍ୟତାରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ଵିତୀୟରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନ ଏବଂ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ତୃତୀୟରେ ଅଛନ୍ତି।

ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ଵିତୀୟ ଇନିଂସରେ ଦମଦାର ୧୨୭ ରନର ଇନିଂସ ଖେଳି ଭ  ଭାରତର ସ୍ଥିତି ମଜବୁତ କରିଥିଲେ। ବିଦେଶ ମାଟିରେ ଏହା ରୋହିତ ଶର୍ମାଙ୍କ ପ୍ରଥମ ଟେଷ୍ଟ ଶତକ ଥିଲା। ଏହା ଟେଷ୍ଟରେ ତାଙ୍କର ଅଷ୍ଟମ ଶତକ ଥିଲା। ଉଲ୍ଲେଖଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି।

   Related Posts