Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଫାଇଦାରେ ରୋହିତ-ପନ୍ତ, ଅଲରାଉଣ୍ଡରରେ ଚମକିଲେ ଜାଡେଜା-ଅଶ୍ଵିନ

9/06/2021 at 11:22 PM

ନୂଆଦିଲ୍ଲୀ ୦୯।୦୬: ଆଇସିସି ବୁଧବାର ସଦ୍ୟତମ ଟେଷ୍ଟ  ମାନ୍ୟତା ଜାରି କରିଛି। ଏଥିରେ  ରବୀନ୍ଦ୍ର ଜାଡେଜାଙ୍କ ଜଲଓ୍ଵା ଦେଖିବାକୁ ମିଳିଛି। ଜାଡେଜା ଅଲରାଉଣ୍ଡର ମାନ୍ୟତାରେ ବେନ ଷ୍ଟୋକ୍ସଙ୍କୁ ପଛରେ ପକାଇ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଜାଡେଜାଙ୍କ ଖାତାରେ ୩୮୬ ପଏଣ୍ଟ ରହିଛି। ଜାସନ ହୋଲଡର ୪୨୩ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଅଲରାଉଣ୍ଡ ମାନ୍ୟତାରେ ରବି ଚନ୍ଦ୍ରନ ଅଶ୍ଵିନ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ପୂର୍ବତନ ପଞ୍ଚମ ସ୍ଥାନରେ ରହିଛନ୍ତି। ରୋହିତ ଶର୍ମା ଓ ଋଷଭ ପନ୍ତ ଷଷ୍ଠ ସ୍ଥାନରେ ଅଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ପଦାର୍ପଣ ଟେଷ୍ଟ ଖେଳି ଦ୍ଵିଶତକ ହାସଲ କରିଥିବା ଡେଭନ କନଓ୍ଵେ ୭୭ତମ ସ୍ଥାନକୁ ଉଠିଛନ୍ତି। କନଓ୍ଵେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୩୪୭ ବଲ୍‌ରୁ ୨୦୦ ରନ କରିଥିଲେ। ୮୯୫ ପଏଣ୍ଟ ସହ କେନ ଓ୍ଵିଲିୟମସନ ଶୀର୍ଷରେ ରହିଛନ୍ତି। କିନ୍ତୁ ତାଙ୍କ ଏକ ନମ୍ବର ଆସନ ପ୍ରତି ବିପଦ ରହିଛି। କାରଣ ୮୯୧ ପଏଣ୍ଟ ସହ ଦ୍ଵିତୀୟରେ ଅଛନ୍ତି ଷ୍ଟିଭ ସ୍ମିଥ୍।

ଭାରତର ଅଧିନାୟକ ବିରାଟ କୋହଲି ୮୧୪ ଅଙ୍କ ସହ ପଞ୍ଚମରେ ରହିଥିବା ବେଳେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଚତୁର୍ଥ ସ୍ଥାନରେ ରହିଛନ୍ତି। ପନ୍ତ ଓ ରୋହିତ ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠରେ ପହଞ୍ଚିଛନ୍ତି। ଉଭୟ ଖେଳାଳିଙ୍କ ପଏଣ୍ଟ ସଂଖ୍ୟା ୭୪୭ ରହିଛି। ବୋଲିଂ ମାନ୍ୟତାରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦିଙ୍କୁ ଅଧିକ ଫାଇଦା ମିଳିଛି। ସେ ବୋଲିଂରେ ତୃତୀୟ ସ୍ଥାନକୁ ଉଠିଛନ୍ତି।

ଟେଷ୍ଟ ବୋଲିଂ ମାନ୍ୟତାରେ ଭାରତୀୟ ଅଫ ସ୍ପିନର ଆର ଅଶ୍ଵିନ ୮୫୦ ଅଙ୍କ ସହ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ୯୦୮ ଅଙ୍କ ସହ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସ ଶୀର୍ଷରେ ରହିଛନ୍ତି। ଶୀର୍ଷ ୧୦ ବୋଲରଙ୍କ ତାଲିକାରେ ଅଶ୍ଵିନ ଏକ ମାତ୍ର ଭାରତୀୟ ବୋଲର ଅଛନ୍ତି। ଅଲରାଉଣ୍ଡର ତାଲିକାରେ ଓ୍ଵେଷ୍ଟଇଣ୍ଡିଜର ଜାସନ ହୋଲଡର ଶୀର୍ଷରେ ରହିଛନ୍ତି। ଭାରତର ରବୀନ୍ଦ୍ର ଜାଡେଜା ଦ୍ଵିତୀୟ ଏବଂ ଅଶ୍ଵିନ ଚତୁର୍ଥ ସ୍ଥାନରେ ଅଛନ୍ତି।

   Related Posts