ଆଇସିସି ଟେଷ୍ଟ ରାଙ୍କିଙ୍ଗ : ଟପ୍-୧୦ ବ୍ୟାଟ୍ସମ୍ୟାନ୍ରେ କୋହଲି-ରାହାଣେ-ପୂଜାରା, ବୋଲିଂ ତାଲିକାର ଶ୍ରେଷ୍ଠ ୧୦ରେ ଅଶ୍ୱିନୀ-ବୁମ୍ରାହ
31/12/2020 at 1:26 PM

ନୂଆଦିଲ୍ଲୀ ୩୧।୧୨: ICC ପକ୍ଷରୁ ଟେଷ୍ଟର ଶ୍ରେଷ୍ଠ-୧୦ ବ୍ୟାଟସମ୍ୟାନ ଓ ବୋଲର ତାଲିକା ପ୍ରକାଶ କରିଛି । ଆଇସିସି ପକ୍ଷରୁ ଜାରି କରାଯାଇଥିବା ଶ୍ରେଷ୍ଠ-୧୦ ତାଲିକାରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ୱିଲିୟମସନ୍ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ୨ୟ ସ୍ଥାନରେ ରହିଛନ୍ତି । ସେହିପରି ICC ପକ୍ଷରୁ ଟେଷ୍ଟରେ ଶ୍ରେଷ୍ଠ-୧୦ ବୋଲର ତାଲିକାରେ ଅଷ୍ଟ୍ରେଲିଆ ଖେଳାଳି ପ୍ୟାଟ୍ କମିନ୍ସ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତର ରବିଚନ୍ଦ୍ର ଅଶ୍ୱିନୀ ୭ମ ସ୍ଥାନରେ ରହିଛନ୍ତି । ଟପ୍-୧୦ ବ୍ୟାଟ୍ସମ୍ୟାନ୍ ତାଲିକାରେ ଭାରତୀୟ ଦଳର ୩ଜଣ ସ୍ଥାନ ପାଇଥିବା ବେଳେ ଟପ୍-୧୦ ବୋଲରରେ ୨ଜଣ ଭାରତୀୟ ଖେଳିଳା ସ୍ଥାନ ପାଇଛନ୍ତି ।
How it started v how it's going 😅 pic.twitter.com/XKyEJUgUAS
— ICC (@ICC) December 31, 2020
ଆଇସିସି ପକ୍ଷରୁ ଜାରି କରାଯାଇଥିବା ସଦ୍ୟ ପ୍ରକାଶିତ ଟେଷ୍ଟର ଶ୍ରେଷ୍ଠ-୧୦ ବ୍ୟାଟସମ୍ୟାନ୍ ମଧ୍ୟରେ କେନ୍ ଓ୍ୱିଲିୟମନସମନ୍ ୮୯୦ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ୮୭୯ ପଏଣ୍ଟ ୨ୟ ସ୍ଥାନରେ , ଷ୍ଟିଭ୍ ସ୍ମିଥ୍ ୮୭୭ ପଏଣ୍ଟ ସହ ତୃତୀୟ ସ୍ଥାନର, ମାରନସ ଲାବୁସେନ୍ ୮୫୦ ପଏଣ୍ଟ ସହ ୪ର୍ଥ ସ୍ଥାନରେ, ବାବର ଆଜାମ ୭୮୯ ପଏଣ୍ଟ ସହ ୫ମ ସ୍ଥାନରେ, ଆଜିଙ୍କ୍ୟ ରାହାଣେ ୭୮୪ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ, ଡେଭିଡ଼ ଓ୍ୱାର୍ଣ୍ଣର ୭୭୭ ପଏଣ୍ଟ ସହ ୭ମ ସ୍ଥାନରେ, ବେନ୍ ଷ୍ଟୋକ୍ସ ୭୬୦ ପଏଣ୍ଟ ସହ ୮ମ ସ୍ଥାନରେ, ଜୋଏ ରୁଟ୍ ୭୩୮ ପଏଣ୍ଟ ସହ ୯ମ ସ୍ଥାନରେ, ଚେତେଶ୍ୱର ପୂଜାର ୭୨୮ ପଏଣ୍ଟ ସହ ୧୦ ସ୍ଥାନରେ ରହିଛନ୍ତି ।
🇦🇺 Mitchell Starc enters top five
— ICC (@ICC) December 31, 2020
🇮🇳 R Ashwin jumps to No.7
🇮🇳 Jasprit Bumrah becomes No.9
Latest update in the @MRFWorldwide ICC Test Rankings 👉 https://t.co/OMjjVwOboH pic.twitter.com/RLU1nMpfoV
ସେହିପରି ଶ୍ରେଷ୍ଠ ୧୦ବୋଲରଙ୍କ ମଧ୍ୟରେ ପ୍ୟାଟ୍ କେମିନସ୍ ୯୦୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ, ଷ୍ଟ୍ରୁଆର୍ଟ ବୋର୍ଡ ୮୪୫ ପଏଣ୍ଟ ସହ ୨ୟ ସ୍ଥାନରେ, ନେଲ୍ ଓ୍ୱାଗନର ୮୩୩ ପଏଣ୍ଚ ସହ ୩ୟ ସ୍ଥାନରେ, ଟିମ୍ ସାଉଦି ୮୨୬ ପଏଣ୍ଟ ସହ ୪ର୍ଥ ସ୍ଥାନରେ, ମିଚେଲ୍ ଷ୍ଟାର୍କ ୮୦୪ ପଏଣ୍ଟ ସହ ୫ମ ସ୍ଥାନରେ, କାଗିଷୋ ରାବାଡ଼ା ୭୯୪ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ, ରବିଚନ୍ଦ୍ରନ ଅଶ୍ୱିନୀ ୭୯୩ ପଏଣ୍ଟ ସହ ୭ମ ସ୍ଥାନରେ, ଜୋସ ହେଜେଲ୍ହୁଡ଼ ୭୯୦ ପଏଣ୍ଟ ସହ ୮ମ ସ୍ଥାନରେ, ଜସପ୍ରିତ୍ ବୁମରାହ ୭୮୩ ପଏଣ୍ଟ ସହ ୯ମ ସ୍ଥାନରେ, ଜେମ୍ସ ଆଣ୍ଡରସନ ୭୮୧ ପଏଣ୍ଟ ସହ ୧୦ମ ସ୍ଥାନରେ ରହିଛନ୍ତି ।