Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ପାକିସ୍ତାନ ଖେଳାଳିଙ୍କୁ ଫାଇଦା, ଟପ୍‌-୧୦ରେ ଏକାମାତ୍ର ଭାରତୀୟ ଖେଳାଳି ଅଶ୍ବିନ୍‌

12/05/2021 at 9:05 PM

ନୂଆଦିଲ୍ଲୀ ୧୨/୫: ପାକିସ୍ତାନ କ୍ରିକେଟ ଟିମ୍‌ର ହସନ ଅଲି, ନୌମାନ ଅଲି ଏବଂ ଶାହୀନ ଆଫ୍ରିଦି ନିଜ କ୍ୟାରିୟରରେ ବେଷ୍ଟ ଟେଷ୍ଟ ରାଙ୍କିଙ୍ଗ ହାସଲ କରିଛନ୍ତି। ବୁଧବାର  ପ୍ରକାଶ ପାଇଥିବା ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ରବିଚନ୍ଦ୍ରନ ଅଶ୍ବିନ ଏକମାତ୍ର ଭାରତୀୟ ବୋଲର ଯିଏକି ଦ୍ବିତୀୟ ସ୍ଥାନରେ ଅପରିବର୍ତ୍ତିତ ଥିବା ବେଳେ ପାଟ କମିନ୍ସ ମଧ୍ୟ ପୁଣି ଥରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।

ହସନ ଅଲି, ନୌମାନ ଅଲି ଏବଂ ଶାହୀନ ଆଫ୍ରିଦି ଜିମ୍ବାଓ୍ବେ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ୫ଟି ଲେଖାଁଏ ଓ୍ବିକେଟ୍‌ ଅକ୍ତିଆର କରିଥିଲେ। ପାକିସ୍ତାନ ଟିମ୍‌ର ପ୍ରଥମ ଥର ତିନି ଜଣ ବାମହାତି ଦ୍ରୁତ ବୋଲର ଗୋଟିଏ ମ୍ୟାଚ୍‌ରେ ୫ ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି। ହସନ ଅଲି ୬ଟି ସ୍ଥାନ ଲମ୍ଫ ମାରି ୧୪ ତମ ସ୍ଥାନରେ ପହଞ୍ଚିଥିବା ବେଳେ ଶାହୀନ ଆଫ୍ରିଦି ୮ଟି ସ୍ଥାନ ଉପରକୁ ଉଠି ୨୨ ତମ ସ୍ଥାନରେ ପହଞ୍ଚିଛନ୍ତି।

ନୌମାନ ଅଲି ୫୪ ତମ ସ୍ଥାନରୁ ଉପରକୁ ଉଠି ୪୬ ତମ ସ୍ଥାନରେ ପହଞ୍ଚିଛନ୍ତି।  ଜିମ୍ବାଓ୍ବେ ବିପକ୍ଷରେ ଦ୍ବିତୀୟ ଟେଷ୍ଟରେ  ଦ୍ବିଶତକ ଲଗାଇଥିବା ଆବିଦ ଅଲି ୩୮ଟି ସ୍ଥାନ ଲମ୍ଫ ଲଗାଇ ୪୦ ତମ ସ୍ଥାନରେ ପହଞ୍ଚିଯାଇଛନ୍ତି । ଟେଷ୍ଟରେ ଶତକ ଲଗାଇଥିବା ଅଜହର ଅଲି ୧୬ ତମ ସ୍ଥାନରେ ପହଞ୍ଚିଛନ୍ତି। ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟିମ୍‌ ଇଣ୍ଡିଆ ନମ୍ବର ୧ ପୋଜିସନ୍‌ରେ ଅପରିବର୍ତ୍ତିତ ରହିଛି। ନ୍ୟୁଜିଲାଣ୍ଡ ଦ୍ବିତୀୟ ଏବଂ ଅଷ୍ଟେ୍ରଲିଆ ତୃତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ଚତୁର୍ଥ ଏବଂ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି ।  

   Related Posts