ICC ଟେଷ୍ଟ୍ ଚାମ୍ପିୟନ୍‌ସିପ୍‌ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ, ଫାଇନାଲରେ ପହଞ୍ଚିବା ପାଇଁ କରିବାକୁ ହେବ ଏହି କାମ

Published By : Prameya-News7 Bureau | February 25, 2021 IST

ଅହମ୍ମଦାବାଦ ୨୫/୦୨ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି । ମ୍ୟାଚ୍‌ର ଦ୍ବିତୀୟ ଦିନରେ ହିଁ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ଓ୍ବିକେଟ୍‌ରେ ପରାସ୍ତ କରି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଭାରତ । ଦ୍ବିତୀୟ ଇନିଂସରେ ବିଜୟ ପାଇଁ ଭାରତକୁ ୪୯ ରନ୍‌ର ଲକ୍ଷ୍ୟ ଦେଇଥିବା ଇଂଲଣ୍ଡ ଯାହାକୁ ଭାରତ ମାତ୍ର ୭.୪ ଓଭରରେ ବିନା ଓ୍ବିକେଟ୍‌ରେ ହାସଲ କରିନେଇଥିଲା ।

ଏହି ବିଜୟ ସହିତ ଭାରତ ICC ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍‌ର ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ଭାରତ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଫାଇନାଲ ପାଇଁ ଟିକେଟ୍‌ର ଦାବିଦାର ହୋଇନି ଭାରତ । ଇଂଲଣ୍ଡକୁ ୧୦ ଓ୍ବିକେଟ୍‌ରେ ହରାଇବା ପରେ ଭାରତ ୭୧.୦ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି । ୬୪.୧ ପଏଣ୍ଟ ସହିତ ଚତୁର୍ଥ ସ୍ଥାନକୁ ଖସିଆସିଛି ଇଂଲଣ୍ଡ । ପଏଣ୍ଟ ଟେବୁଲ୍‌ରେ ୬୯.୨ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି ଅ​‌େ​‌ଷ୍ଟ୍ରଲିଆ । ଫାଇନାଲ ଟିକେଟ୍‌ ହାସଲ କରିନେଇଥିବା ନ୍ୟଜିଲାଣ୍ଡ ୭୦ ପ୍ରତିଶତ ସହିତ ଦ୍ବିତୀୟ ସ୍ଥାନରେ ରହିଛି ।

ତେବେ ଭାରତକୁ ICC ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲରେ ପ୍ରବେଶ କରିବାକୁ ହେଲେ ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ଟେଷ୍ଟ ସିରିଜ୍‌ର ଶେଷ ତଥା ଚତୁର୍ଥ ଟେଷ୍ଟକୁ ଜିତିବାକୁ ପଡିବ ନଚେତ୍‌ ଡ୍ର ରଖିବାକୁ ପଡିବ । ତେଣୁ ଭାରତକୁ ନିହାତି ଭାବେ ଶେଷ ଟେଷ୍ଟରେ ବିଜୟ କିମ୍ବା ଡ୍ର ରଖିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.