ଆଇସିସି ଟି-୨୦ ରାଙ୍କିଙ୍ଗ୍: ନମ୍ବର-୩ରେ ପହଞ୍ଚିଲେ ଲୋକେଶ ରାହୁଲ, ବିରାଟ କୋହଲିଙ୍କୁ ବି ଫାଇଦା
9/12/2020 at 6:34 PM

ନୂଆଦିଲ୍ଲୀ ୦୯।୧୨: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଲୋକେଶ ରାହୁଲଙ୍କୁ ଆଇସିସି ଟି-୨୦ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଫାଇଦା ହୋଇଛି। ଆଇସିସି ତରଫରୁ ବୁଧବାର ଜାରି ସଦ୍ୟତମ ମାନ୍ୟତାରେ ରାହୁଲ ନମ୍ବର ୩ରେ ଥିବା ବେଳେ ବିରାଟ କୋହଲି ୮ମ ସ୍ଥାନରେ ଅଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ମଙ୍ଗଳବାର ସମାପ୍ତ ଟି-୨୦ ସିରିଜ୍ରେ ଭାରତୀୟ ଦଳ ୨-୧ରେ ସିରିଜ୍ ଜିତିଛି। ଏହା ପରେ ଆଇସିସି ପକ୍ଷରୁ ବୁଧବାର ସଦ୍ୟତମ ଟି-୨୦ ମାନ୍ୟତା ପ୍ରକାଶ ପାଇଛି। ଶୀର୍ଷ ୧୦ରେ ଦୁଇ ଜଣ ଭାରତୀୟ ବ୍ୟାଟମସ୍ୟାନ ଭାବେ ବିରାଟ କୋହଲି ଓ ଲୋକେଶ ରାହୁଲ ସାମିଲ ଅଛନ୍ତି। ରାହୁଲ ତୃତୀୟକୁ ଉଠିଥିବା ବେଳେ କୋହଲି ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡର ଡେଭିଡ୍ ମଲାନ ୯୧୫ ପଏଣ୍ଟ ସହ ଶୀର୍ଷରେ ଅଛନ୍ତି।
Gains for 🇮🇳 in the latest @MRFWorldwide ICC Men's T20I Batting Rankings, with Virat Kohli and KL Rahul both moving up a spot within the top 🔟
— ICC (@ICC) December 9, 2020
Rankings ▶️ https://t.co/H7CnAiw0YT pic.twitter.com/ktHXBMeIsC
ପାକିସ୍ତାନର ବାବର ଆଜମ ୮୭୧ ପଏଣ୍ଟ ସହ ଦ୍ଵିତୀୟ ଏବଂ ୮୧୬ ପଏଣ୍ଟ ସହ କେଏଲ ରାହୁଲ ତୃତୀୟରେ ଅଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ଓ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ଵେଲ ଗୋଟିଏ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ଫିଞ୍ଚ ନମ୍ବର ୪ରେ ରହିଥିବା ବେଳେ ମ୍ୟାକ୍ସଓ୍ଵେଲ ସପ୍ତମରେ ଅଛନ୍ତି।
🇦🇺 Adam Zampa enters the top 5️⃣
— ICC (@ICC) December 9, 2020
🏴 Chris Jordan gains two places to join the top 🔟
⬆️ Gains for 🏴 Adil Rashid, 🇵🇰 Imad Wasim and 🌴 Sheldon Cottrell 👏
There is plenty of movement in the latest @MRFWorldwide ICC Men's T20I Bowling Rankings 👀
👉 https://t.co/H7CnAiw0YT pic.twitter.com/Fpb1yVlRfd
ବୋଲିଂ ତାଲିକାରେ ଆଡମ ଜାମ୍ପା ଶୀର୍ଷ ୫ରେ ପ୍ରବେଶ ପହଞ୍ଚିଛନ୍ତି। କ୍ରିସ୍ ଜୋର୍ଡାନ ଦୁଇଟି ସ୍ଥାନ ଉପରକୁ ଉଠି ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି। ଆଦିଲ ରଶିଦ ତୃତୀୟ, ପାକିସ୍ତାନର ଇମାଦ ଓ୍ଵାସିମ ଅଷ୍ଟମ ଓ ଓ୍ଵେଷ୍ଟଇଣ୍ଡିଜର ସେଲଡନ କଟ୍ରେଲ ନବମରେ ରହିଛନ୍ତି। ଆଫଗାନିସ୍ତାନର ରଶିଦ ଖାନ ଓ ମୁଜିବ ଉର ରେହମାନ ପୂର୍ବପରି ନିଜର ଶୀର୍ଷ-୨ ସ୍ଥାନ ବଜାୟ ରଖିଛନ୍ତି।