Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, କୋହଲି ଏବଂ ରାହୁଲ ଖସିଲେ

27/10/2021 at 6:42 PM

ନୂଆଦିଲ୍ଲୀ ୨୭/୧୦ : ପାକିସ୍ତାନର କ୍ରିକେଟ ଟିମର ଓପନର ମହମ୍ମଦ ରିଜଓ୍ବାନ ଆଇସିସି ଟ୍ବେଣ୍ଟି ଟ୍ବେଣ୍ଟି ରାଙ୍କିଂରେ ଜବରଦସ୍ତ ଫାଇଦା ମିଳିଛି । ବୁଧବାର ଜାରି କରାଯାଇଥିବା ଇଣ୍ଟରନେସନାଲ କ୍ରିକେଟ କାଉନସିଲ ବ୍ୟାଟ୍ସମ୍ୟାନ୍ ରାଙ୍କିଂ ତାଲିକାର ୪ର୍ଥ ସ୍ଥାନରେ ପହଞ୍ଚିଯାଇଛନ୍ତି ପାକିସ୍ତାନ ଓପନର ମହମ୍ମଦ ରିଜଓ୍ବାନ ।

ରିଜଓ୍ବାନଙ୍କ ଟ୍ବେଣ୍ଟି ଟ୍ବେଣ୍ଟି କ୍ୟାରିୟରର ଏହା ସର୍ବଶ୍ରେ​‌ଷ୍ଟ ରାଙ୍କିଂ । ଟି-୨୦ ବିଶ୍ବକପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ଧମାକାଦାର ଇନିଂସ ବଳରେ ସେ ଆଇସିସି ରାଙ୍କିଂ​‌ରେ ପଦୋନ୍ନତି ପାଇଛନ୍ତି । ଭାରତ ବିପକ୍ଷରେ ସେ ୭୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୩୩ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ ।

ସେପଟେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ରାଙ୍କ ଖସିଛି । ଚତୁର୍ଥ ସ୍ଥାନରୁ ୫ମ ସ୍ଥାନକୁ ଖସିଛନ୍ତି ବିରାଟ କୋହଲି । ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ସୁଦ୍ଧା ଆଇସିସି ଡି-୨୦ ରାଙ୍କିଂରେ ତଳକୁ ଖସିଛନ୍ତି କୋହଲି । ସେହିଭଳି ଭାରତର ଓପନିଂ ବ୍ୟାଟ୍ସମ୍ୟାନ ଲୋକେସ ରାହୁଲଙ୍କ ସ୍ଥାନ ମଧ୍ୟ ଖସିଛି । ସେ ୨ଟି ରାଙ୍କ ତଳକୁ ଖସି ୮ମ ସ୍ଥାନରେ ପହଞ୍ଚିଯାଇଛନ୍ତି ।

ଆଇସିସି ଦ୍ବାରା ଜାରି କରାଯାଇଥିବା ଟି-୨୦ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଡେଭିଡ୍‌ ମଲାନ । ଦ୍ବିତୀୟ ସ୍ଥାନରେ ପାକିସ୍ତାନର ବାବର ଆଜମ ରହିଥିବା ବେଳେ ତୃତୀୟ ସ୍ଥାନରେ ଏଡେନ୍‌ ମାର୍କରମ, ଚତୁର୍ଥ ସ୍ଥାନରେ  ମହମ୍ମଦ ରିଜଓ୍ବାନ, ୫ମ ବିରାଟ କୋହଲି, ଆରୋନ୍‌ ଫିଞ୍ଚ ୬ଷ୍ଠ, ଡେଭନ୍‌ କୋନଓ୍ବେ ୭ମ, ଲୋକେସ ରାହୁଲ ୮ମ, ଇଭିନ୍‌ ଲୁଇସ୍‌ ୯୧ ଏବଂ ହଜାତୁଲ୍ଲା ୧୦ମ ସ୍ଥାନରେ ରହିଛନ୍ତି ।

   Related Posts