Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ICC T20 ରାକିଙ୍ଗ୍‌ ଜାରି, ଜାଣନ୍ତୁ କେଉଁ ସ୍ଥାନରେ ବିରାଟ ଏବଂ କେଏଲ ରାହୁଲ

15/09/2021 at 6:02 PM

ଦୁବାଇ, ୧୫/୦୯: ଇନ୍ଟରନାଶନାଲ୍‌ କ୍ରିକେଟ୍‌ କାଉନ୍ସିଲ୍‌ ବା ଆଇସିସି ଟି-୨୦ ସିରିଜ୍‌ରେ ବେଷ୍ଟ୍‌ ବ୍ୟାଟ୍ସମ୍ୟାନ୍ ଏବଂ ବେଷ୍ଟ ବୋଲରଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ୟାପ୍ଟେନ୍‌ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଥିବା ବେଳେ ଷ୍ଟାର ବ୍ୟାଟ୍ସ ମ୍ୟାନ କେଏଲ୍‌ ରାହୁଲ ଷଷ୍ଠ ସ୍ଥାନରେ ରହିଛନ୍ତି । ହେଲେ ଶ୍ରେଷ୍ଠ ୧୦ ଭିତରେ କୌଣସି ବୋଲର୍‌ ସ୍ଥାନ ପାଇନାହାନ୍ତି । ଇଂଲଣ୍ଡ ଖେଳାଳି ଡେଭିଡ୍‌ ମଲାନ ବର୍ତ୍ତମାନ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କ ସହିତ ୭ ଖେଳାଳି ସେମାନଙ୍କର ପୂର୍ବ ସ୍ଥାନ ବଜାୟ ରଖିଛନ୍ତି ।

 ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ୱିକେଟ୍‌ ରକ୍ଷକ ତଥା ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ୍‌ ଡି କକ୍‌ ଅଷ୍ଟମ ସ୍ଥାନରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍ ଖେଳାଳି ଡୱିନ୍‌ ଲୁଇସ୍‌ ଏହି ସୂଚୀର ନବମ ସ୍ଥାନକୁ ଖସି ଆସିଛନ୍ତି । ସେହିପରି ବୋଲିଂରେ ତବରେଜ୍‌ ଶମ୍‌ସି ପୂର୍ବ ସ୍ଥାନ ବଜାୟ ରଖିବା ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପରେ ପରେ ଭାନିନ୍ଦୁ ହସରଙ୍ଗା ଏବଂ ରାସିଦ ଖାନ ରହିଛନ୍ତି ।

ବୋଲରଙ୍କ ତାଲିକାରେ ଭାରତୀୟ ଖେଳାଳି ୧୨ ନମ୍ୱର ସ୍ଥାନରେ ରହିଛନ୍ତି । ଭାରତୀୟ ପେସ୍‌ ବୋଲର ଭୁବନେଶ୍ୱର କୁମାର ଏହି ସ୍ଥାନରେ ରହିଛନ୍ତି । ତାଙ୍କପରେ ସ୍ପିନର୍‌ ୱାଶିଂଟନ୍ ସୁନ୍ଦର ୧୮ ନମ୍ୱର ସ୍ଥାନରେ ରହିଛନ୍ତି । ସେହିପରି ୟୁଜବେନ୍ଦ୍ର ଚହଲ୍‌ଙ୍କ ଖେଳରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ସେ ତାଲିକାର ୨୫ ନମ୍ୱର ସ୍ଥାନରେ ରହିଥିବା ବେଳେ ଟି-୨୦ ବିଶ୍ୱ କପ୍‌ରେ ତାଙ୍କୁ ଭାରତୀୟ ଦଳରେ ସାମିଲ୍‌ କରାଯାଇନାହିଁ । ତେବେ ଅଲ୍‌ରାଉଣ୍ଡର୍‌ ସୂଚୀରେ ଶ୍ରେଷ୍ଠ ୨୦ ଜଣ ଖେଳାଳିଙ୍କ ଭିତରେ ଏକମାତ୍ର ଭାରତୀୟ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । କିନ୍ତୁ ସେ ମୁଖ୍ୟ ତାଲିକାରେ ୯୮ ସ୍ଥାନରେ ରହିବା ସହିତ ଶହେ ଜଣଙ୍କ ଭିତରେ ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।    

   Related Posts