ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଦୁଃଖ ଦେଉଛନ୍ତି ବାବର ଆଜମ ! ଦିନିକିଆ ପରେ ଟି-୨୦ ରାଙ୍କିଙ୍ଗରେ କଲେ କମାଲ

Published By : Prameya-News7 Bureau | April 21, 2021 IST

ନୂଆଦିଲ୍ଲୀ ୨୧/୪:  ଆଇସିସି ଦିନିକିଆ ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ବାବର ଆଜମ ଏକ ନମ୍ବର ହେବା ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଶକ୍ତ ଝଟ୍‌କା ଦେଇଥିଲା । ଏବେ ପୁଣି ଥରେ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଦୁଃଖ ଖବର ଆସିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରଜ୍‌ରେ ୪ଟି ମ୍ୟାଚ୍‌ରୁ ୨୧୦ ରନ୍‌ ସଂଗ୍ରହ କରି ପୁଣି ଥରେ  ବାବର ଆଜମ୍‌ ରେକର୍ଡ କରିଛନ୍ତି। ୨୬ ବର୍ଷୀୟ ଆଜମ ସିରିଜ୍‌ ପୂର୍ବରୁ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଥିଲେ। ଭଲ ପ୍ରଦର୍ଶନର ଉପହାର ମିଳିଲା। ୫୨ ପଏଣ୍ଟସ୍‌ ସହ ସେ ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି।

ସେପଟେ ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ପଞ୍ଚମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଓପନର କେଏଲ୍‌ ରାହୁଲ ସପ୍ତମ ସ୍ଥାନକୁ ଖସିଯାଇଛନ୍ତି। ଏହା ପୂର୍ବରୁ ରାହୁଲ ଷଷ୍ଠ ସ୍ଥାନରେ ଥିଲେ। ଅନ୍ତର୍ଜାତୀୟ ଟି-୨୦ ରାଙ୍କିଙ୍ଗରେ ଟପ୍‌ ୧୦ରେ ଦୁଇ ଭାରତୀୟ ବ୍ୟାଟ୍ସ ମ୍ୟାନ ସ୍ଥାନ ପାଇଛନ୍ତି। ପାକିସ୍ତାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍‌ ୨-୧ରେ କବଜା କରିବା ପରେ ଟି-୨୦ ସିରିଜ୍‌ ମଧ୍ୟ ନିଜ ନାଁରେ କରିଛି। ପ୍ରଥମ ମ୍ୟାଚ୍‌ ପାକିସ୍ତାନ ଜିତିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। ପରବର୍ତ୍ତୀ ଦୁଇ ମ୍ୟାଚକୁ ପାକିସ୍ତାନ କବଜା କରିବା ସହ ସିରିଜ ଜିତିନେଇଛି।

wp:embed {"url":"https://twitter.com/ICC/status/1384781320874696709","type":"rich","providerNameSlug":"twitter","responsive":true,"className":""}
https://twitter.com/ICC/status/1384781320874696709
/wp:embed

ସିରିଜ୍‌ରେ ଦମଦାର ପ୍ରଦର୍ଶନ କରିଥିବା ବାବର ଆଜମଙ୍କୁ ମ୍ୟାନ୍‌ ଅଫ ଦି ସିରିଜ୍‌ ପୁରସ୍କାର ମିଳିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଟିମ୍‌ର ସ୍ପିନର ତବରେଜ ସମ୍ସୀ ଟି-୨୦ ଆଇ ବୋଲିଂ ରାଙ୍କିଙ୍ଗରେ ଶୀର୍ଷରେ ରହିଛନ୍ତି। ତାଙ୍କର ୭୩୨ ରେଟିଂ ପଏଣ୍ଟସ୍‌ ରହିଛି। ଆଫଗାନିସ୍ତାନର ସ୍ପିନର ରଶିଦ ଖାନ ୭୧୯ ପଏଣ୍ଟସ୍‌ ସହ ଦ୍ବିତୀୟରେ ଅଛ୍ତି। ଟି-୨୦ ରାଙ୍କିଙ୍ଗରେ ପାକିସ୍ତାନ ଚତୁର୍ଥରେ ଥିବା ବେଳେ ପ୍ରଥମେ ଇଂଲଣ୍ଡ ରହିଛି। ଦ୍ବିତୀୟରେ ଟିମ୍‌ ଇଣ୍ଡିଆ ଏବଂ ଚତୁର୍ଥ ସ୍ଥାନରେ ଅଷ୍ଟେ୍ରଲିଆ ରହିଥିବା ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ରାଙ୍କିଙ୍ଗରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.