ICC ଟି-୨୦ ରାଙ୍କିଙ୍ଗ: ବାବରଙ୍କୁ ପଛରେ ପକାଇ ବାଜିମାରିଲେ ଏହି ଖେଳାଳି, ଖସିଲେ ରାହୁଲ, ଉଠିଲେ କୋହଲି

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୦୯/୦୯: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌(ଆଇସିସି) ଟି-୨୦ ରାଙ୍କିଙ୍ଗ ଜାରି କରିଛି। ଯେଉଁଥିରେ ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ବାବର ଆଜମ୍‌ ଆଉ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ୍‌ ନାହାଁନ୍ତି । ତାଙ୍କ ସ୍ଥାନ ନେଇଛନ୍ତି ଇଂଲଣ୍ଡ କ୍ରିକେଟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମଲାନ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଇଂଲଣ୍ଡ ୨-୧ରେ ବିଜୟ ହାସଲ କରିଛି ।

ଏହି ସିରିଜ୍‌ରେ ମଲାନ ଭଲ ପ୍ରଦର୍ଶନ କରିଥିଲେ । ତନି ପାଳିରେ ୧୨୯ ରନ୍‌ କରିଥିଲେ ଡେଭିଡ୍‌ ମଲାନ। ଯାହାର ଫଳ ତାଙ୍କୁ ମିଳିଛି । ଏହାସହ ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନର ମାନ୍ୟତା ପାଇଛନ୍ତି । ଅନ୍ୟପଟେ ବାବର ଆଜମ ଇଂଲଣ୍ଡ ବନାମ ପାକିସ୍ତାନ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରିନଥିଲେ । ଯାହା ଫଳରେ ତାଙ୍କୁ ନମ୍ବର ଓ୍ବାନ ଚୌକି ହରାଇବାକୁ ପଡ଼ିଛି ।

ଆଇସିସି ଟି-୨୦ ରାଙ୍କିଙ୍ଗରେ ଭାରତୀୟ ବୋଲର କେଏଲ ରାହୁଲ ମଧ୍ୟ କ୍ଷତି ସହିଥିବା ଦେଖିବାକୁ ମିଳିଛି । ଏଥିରେ ରାହୁଲ ଦ୍ବିତୀୟରୁ ଚତୁର୍ଥ ସ୍ଥାନକୁ ଖସିଆସିଛନ୍ତି । ସେପଟେ ବିରାଟ କୋହଲି ୧୦ରୁ ନବମ ସ୍ଥାନରେ ପହଞ୍ଚିଛନ୍ତି । ଆରୋନ ଫିଞ୍ଚ ନିଜର ସ୍ଥାନ କାଏମ ରଖିଥିବା ବେଳେ ଇୟନ୍‌ ମୋର୍ଗାନ ୧୦ମ ସ୍ଥାନକୁ ଖସିଆସିଛନ୍ତି ।  ୮୭୭ ଅଙ୍କ ସହ ଡେଭିଡ ମଲାନ ପ୍ରଥମ ସ୍ଥାନ ପାଇଥିବା ବେଳେ ବାବର ଆଜମଙ୍କ ଖାତାରେ ରହିଛି ୮୬୯ ରେଟିଂ ପଏଣ୍ଟସ୍‌।

ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅଲରାଉଣ୍ଡର କଥା କହିଲେ ଗ୍ଲେନ୍‌ ମାକ୍ସଓ୍ବେଲଙ୍କୁ ଫାଇଦା ହୋଇଛି । ସିରିଜ୍‌ ପୂର୍ବରୁ ତୃତୀୟ ସ୍ଥାନରେ ଥିବା ବେଳେ ୨୨୦ ଅଙ୍କ ସହ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି  । ୨୯୪ ଅଙ୍କ ସହ ପ୍ରଥମ ସ୍ଥାନରେ ମହମ୍ମଦ ନବୀ ଅପରିବର୍ତ୍ତୀତ ଅଛନ୍ତି । ୨୧୩ ଅଙ୍କ ସହ ତୃତୀୟ ସ୍ଥାନରେ ସେନ୍‌ ଓ୍ବିଲିୟମ୍ସ ରହିଛନ୍ତି । ସେପେଟେ ବୋଲିଂ ରାଙ୍କିଙ୍ଗ କୌଣସି ପରିବର୍ତ୍ତନ ହୋଇନାହିଁ । ରଶିଦ ଖାନ ପ୍ରଥମ ସ୍ଥାନରେ ଅବରିବର୍ତ୍ତୀତ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.