ଏହି କ୍ରିକେଟ୍ ବୋର୍ଡକୁ ବାସନ୍ଦ କଲା ଆଇସିସି

Published By : Prameya-News7 Bureau | July 19, 2019 IST

ଲଣ୍ଡନ ୧୯|୭: ଜିମ୍ବାୱେ କ୍ରିକେଟ ବୋର୍ଡକୁ ବାସନ୍ଦ କଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସି । ଗତକାଲି ଲଣ୍ଡନରେ ବସିଥିବା ଆଇସିସି ବୈଠକରେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ଜିମ୍ବାୱେ କ୍ରିକେଟ ଟିମ୍‌ରେ ରାଜନୈତିକ ହସ୍ତକ୍ଷେପ ଆଇସିସି ନିୟମର ପରିପନ୍ଥୀ । ଏଣୁ ଜିମ୍ବାୱେ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫଳରେ ଆଇସିସିର ପରବର୍ତ୍ତୀ  କାର୍ଯ୍ୟକ୍ରମଗୁଡିକରେ ଜିମ୍ବାୱେ ପ୍ରତିନିଧି ସ୍ଥାନ ପାଇବେ ନାହିଁ ।

{"id":135317}

ଆଇସିସି ଜିମ୍ବାୱେ କ୍ରିକେଟ୍ ବୋର୍ଡ ପାଣ୍ଠିକୁ ରଦ୍ଦ କରିଛି । ସେହିପରି କ୍ରିକେଟର ଏକ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଯେଉଁଥିରେ ଯଦି କୌଣସି ଖେଳାଳି ଆଘାତ ପାଇ ସଂପୂର୍ଣ୍ଣ ରୂପେ ଖେଳିବା ପାଇଁ ଅସମର୍ଥ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ସମାନ ଦକ୍ଷତା ସଂପନ୍ନ ଖେଳାଳିଙ୍କୁ ଖେଳିବା ଲାଗି ସୁଯୋଗ ଦିଆଯିବ। ସେହିପରି ସ୍ଲୋ ଓଭର ରେଟ୍‌ ପାଇଁ ପୂର୍ବରୁ କେବଳ କ୍ୟାପଟେନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଥିବା ବେଳେ ଏବେ କିନ୍ତୁ ଏଥିରେ ପରିବର୍ତ୍ତନ କରାଯିବ। ଏଥିପାଇଁ ସମସ୍ତ ଖେଳାଳିଙ୍କୁ ଦାୟୀ କରାଯାଇ ସେମାନଙ୍କ ମ୍ୟାଚ୍‌ ଫି କଟାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.