Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଭାରତୀୟ ଖେଳାଳିଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ନେଇ କଠୋର ହେଲା ଆଇସିସି, ଅଷ୍ଟ୍ରେଲିଆକୁ ରିପୋର୍ଟ ତଲବ

10/01/2021 at 5:33 PM

ଦୁବାଇ ୧୦।୦୧: ଅଷ୍ଟ୍ରେଲିଆର ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ ବର୍ଣ୍ଣବୈଷମ ଟିପ୍ପଣୀର ସାମ୍ନା କରିବାକୁ ପଡିଛି। ତୃତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ଏବଂ ଚତୁର୍ଥ ଦିନ କ୍ରମାଗତ ସେଠାକାର ଦର୍ଶକ ଭାରତୀୟ ଖେଳାଳିଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ଦେଇଛନ୍ତି। ବିସିସିଆଇ ଏହାର ଅଭିଯୋଗ ସେଠାକାର ବୋର୍ଡ ନିକଟରେ କରିଛି। ମାତ୍ର ଏହି ମାମଲାରେ ଆଇସିସି ମଧ୍ୟ କଠୋର ଆଭିମୁଖ୍ୟ ଆପଣେଇଛି। ଆଇସିସି କ୍ରିକେଟ୍ ଅଷ୍ଟ୍ରେଲିଆକୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟ ତଲବ କରିଛି।

ରବିବାର ଚତୁର୍ଥ ଦିନର ଦ୍ଵିତୀୟ ସେସନ ସମୟରେ ଭାରତୀୟ ଖେଳାଳି ପଡିଆରେ ଏକତ୍ରିତ ହୋଇଥିଲେ ଯେତେବେଳେ ସ୍କ୍ଵାୟର ଲେଗ୍ ସୀମାରେଖାରେ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜ ଦର୍ଶକ ଅପଶବ୍ଦ କରି ଗାଳି କରୁଥିବା ଅଭିଯୋଗ କରିଥିଲେ। ଏହା ପରେ ସୁରକ୍ଷାକର୍ମୀ ଗ୍ୟାଲେରୀ ଯାଇ ଅପଶବ୍ଦ କହିଥିବା ବ୍ୟକ୍ତିଙ୍କୁ ଖୋଜିବାକୁ ଲାଗିଥିଲେ। ଏହା ପରେ ଦର୍ଶକଙ୍କ ଏକ ଗ୍ରୁପକୁ ଗ୍ୟାଲେରୀରୁ ବାହାରି ଯିବାକୁ କହିଥିଲେ। ଏହାକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ କ୍ଷମା ମାଗିଛି।

ଆଇସିସି ପକ୍ଷରୁ  ଜାରି ବିବୃତ୍ତିରେ କୁହାଯାଇଛି ଯେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ ସିଡନୀ କ୍ରିକେଟ୍‌ ମଇଦାନରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ସମୟରେ ବର୍ଣ୍ଣବୈଷମ ଘଟଣାକୁ କଡା ନିନ୍ଦା କରିଛି। ଏଥିସହ ଏହା ଉପରେ କଣ କଣ ପଦକ୍ଷେପ ନିଆଯାଇଛି ସେ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆକୁ ରିପୋର୍ଟ ତଲବ କରିଛି।

ଆଇସିସି କହିଛି ଆମ ପାଖରେ ବର୍ଣ୍ଣବୈଷମ ନିରୋଧୀ ନୀତି ରହିଛି। ଏହାକୁ ସଦସ୍ୟ ରାଷ୍ଟ୍ର ପାଳନ କରିବା ସହିତ ପ୍ରଶଂସକ ମଧ୍ୟ ପାଳନ କରିବାକୁ ବାଧ୍ୟ। ଆମେ ପଡିଆର ଅଧିକାରୀ ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ଵାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସ୍ଵାଗତ କରୁଛୁ।

   Related Posts