ଆଇସିସି ବାଛିଲା ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳ, ଭାରତର ଏହି ତିନି ଖେଳାଳିଙ୍କୁ ମିଳିଲା ସ୍ଥାନ

Published By : Prameya-News7 Bureau | December 27, 2020 IST

ନୂଆଦିଲ୍ଲୀ ୨୭।୧୨: ଅନ୍ତର୍ଜାତୀୟ କ୍ରିକେଟ୍  ପରିଷଦ(ଆଇସିସି) ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳ ଚୟନ କରିଛି। ଏଥିରେ ଭାରତର ତିନି ବରିଷ୍ଠ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନୀ ଅଛନ୍ତି। ଏହି ଦଳର ଅଧିନାୟକ ଦାୟିତ୍ଵ ଦୁଇ ଥର ବିଶ୍ କପ ଜିତାଇଥିବା ଏମଏସ ଧୋନୀଙ୍କୁ ଦିଆଯାଇଛି।

ତାରକା ଖେଳାଳିଙ୍କୁ ନେଇ ସଜିତ ଏହି ଦଳରେ ଓପନିଂ ଭାବେ ରୋହିତ ଶର୍ମା ଓ ଅଷ୍ଟ୍ରେଲିଆର ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ଚୟନ କରାଯାଇଛି। ମଧ୍ୟ କ୍ରମରେ ବ୍ୟାଟିଂ ପାଇଁ ଆଇସିସି ବିରାଟ କୋହଲି, ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ଏବଂ ବାଂଲାଦେଶର ତାରକା ଅଲରାଉଣ୍ଡର ସାକିବ ଉଲ ହାସନଙ୍କ ଚୟନ କରିଛି।

wp:html
/wp:html

ଦଳରେ ଓ୍ଵିକେଟ୍ କିପିଂ ଦାୟିତ୍ଵ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦିଆଯାଇଛି। ଦଳରେ ଅଲରାଉଣ୍ଡର ଭାବେ ଆଇସିସି ଇଂଲଣ୍ଡକୁ ବିଶ୍ଵ କପ୍ ଜିତାଇଥିବା ବେନ ଷ୍ଟୋକ୍ସଙ୍କୁ ଚୟନ କରିଛି। ଦଳରେ ଦ୍ରୁତ ବୋଲର ଭାବେ ଶ୍ରୀଲଙ୍କାର ଲସିଥ ମାଲିଙ୍ଗା, ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଓ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କଙ୍କୁ ଜାଗା ମିଳିଛି। ଦଳରେ ଏକ ମାତ୍ର ସ୍ପିନର ଭାବେ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ସାମିଲ।

ଆଇସିସିର ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳ

ରୋହିତ ଶର୍ମା, ଡେଭିଡ୍ ଓ୍ଵାର୍ଣ୍ଣର, ବିରାଟ କୋହଲି, ଏବି ଡିଭିଲିୟର୍ସ, ସାକିବ ଉଲ ହାସନ, ଏମଏସ ଧୋନୀ, ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଡ, ଇମ୍ରାନ ତାହିର ଓ ଲସିଥ ମାଲିଙ୍ଗା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.