Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆଇସିସି ଜାରି କଲା ତାଜା ଟେଷ୍ଟ ରାଙ୍କିଙ୍ଗ୍, ଟପ୍-୫ରେ ବିରାଟ କୋହଲି, ଏହି ସ୍ଥାନରେ ରୋହିତ ଶର୍ମା

23/06/2021 at 4:05 PM

ଦୁବାଇ ୨୩।୦୬: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମୁକାବିଲାର ରିଜର୍ଭ ଡେ ଦିନ ସଦ୍ୟତମ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତା ଜାରି କରିଛି। ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜର ଚତୁର୍ଥ ସ୍ଥାନ ବଜାୟ ରଖିଥିବା ବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ ମଧ୍ୟ ନିଜର ଦ୍ଵିତୀୟ ସ୍ଥାନ ଜାରି ରଖିଛନ୍ତି। ଶୀର୍ଷ ୧୦ରେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ କ୍ଵିଣ୍ଟନ ଡି କକ୍‌ ପ୍ରବେଶ କରିଛନ୍ତି। ଡିକକ୍ ନିକଟରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦମଦାର ବ୍ୟାଟିଂ କରିଥିଲେ।

ଡିକକ୍‌ ଦୁଇଟି ସ୍ଥାନ ଉପରକୁ ଉଠି ଦଶମ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ ମାନ୍ୟତାର ଶୀର୍ଷରେ ରହିଥିବା ବେଳେ ତାଙ୍କ ସାଥୀ ଖେଳାଳି ମାର୍ନସ ଲାବୁସାନେ ତୃତୀୟରେ ଅଛନ୍ତି। ପଞ୍ଚମରେ ଅଛନ୍ତି ଇଂଲଣ୍ଡର ଅଧିନାୟକ ଜୋ ରୁଟ। ଭାରତୀୟ ଦଳର ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ଷଷ୍ଠରେ ରହିଥିବା ବେଳେ ଭାରତୀୟ ଓ୍ଵିକେଟ୍ କିପର ଋଷଭ ପନ୍ତ ସପ୍ତମରେ ଅଛନ୍ତି। ନ୍ୟୁଜିଲାଣ୍ଡର ହେନରି ନିକୋଲାସ ଅଷ୍ଟମରେ ଏବଂ ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର ନବମରେ ଅଛନ୍ତି।

   Related Posts