Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଆଇସିସି ଟପ୍ ଟେନ୍ : ବିରାଟ ପୁଣି ନଂ୧ , ସ୍ଥାନ ପାଇଲେ ପୂଜାରା , ରାହାଣେ , ବୁମ୍‌ରା, ଅଶ୍ବିନୀ ଓ ସାମି

30/12/2019 at 4:24 PM

ଦୁବାଇ ୩୦।୧୨: ଆଇସିସି ପକ୍ଷରୁ ଟପ୍‌ ଟେନ ବ୍ୟାଟସମ୍ୟାନ ଓ ବୋଲରଙ୍କ ତାଲିକା ପ୍ରକାଶ ପାଇଛି  । ଟପ୍‌ ଟେନ୍ ବ୍ୟାଟସମ୍ୟାନ ତାଲିକାରେ ବିରାଟ କୋହଲି ପ୍ରଥମ ସ୍ଥାନରେ ଥିବା ବେଳେ ଚେତେଶ୍ବର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି । ସେହିପରି ଟପ୍‌ ଟେନ ବୋଲିଂ ତାଲିକାରେ ଅଷ୍ଟ୍ରେଲିଆ ବୋଲର ପାଟ୍ କମିନସ୍‌ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ଭାରତୀୟ ବୋଲର ଜସ୍‌ପ୍ରୀତ୍ ବୁମ୍‌ରା , ରବିଚନ୍ଦ୍ରନ ଅଶ୍ବିନ୍ ଓ ମହମ୍ମଦ ସାମି ଯଥାକ୍ରମେ ୬ଷ୍ଠ, ୯ମ ଓ ୧୦ତମ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି ।

ତେବେ ଆସନ୍ତ ଜାଣିବା ଟପ୍‌ ଟେନ୍‌ ବ୍ୟାଟସମ୍ୟାନ ତାଲିକାରେ କିଏ , କେତେ ପଏଣ୍ଟ ସହ କେଉଁ ସ୍ଥାନରେ ଅଛନ୍ତି ।

 ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ତଥା ବ୍ୟାଟସମ୍ୟାନ୍ ବିରାଟ କୋହଲି ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ରହିଛନ୍ତି । ୩୧ ବର୍ଷୀୟ ବିରାଟ କୋହଲି ୯୨୮ପଏଣ୍ଟ ରଖି ପ୍ରଥମ ସ୍ଥାନ ରହିଥିବା ବେଳେ ଷ୍ଟିଭ ସ୍ମିଥ୍ ୯୧୧ପଏଣ୍ଟ ସହ ୨ୟ ସ୍ଥାନ,  ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍‌ର ଅଧିନାୟକ କେନ ଓ୍ବଲିୟମସନ ୮୨୨ ପଏଣ୍ଟ ସହ ୩ୟସ୍ଥାନ, ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ମାରନସ ଲାବୁସେନ ୮୦୫ ପଏଣ୍ଟ ସହ ୪ର୍ଥ ସ୍ଥାନ । ଲାବୁସେନ ଚଳିତ ବର୍ଷ ୧୧ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୧୦୪ ରନ କରିଛନ୍ତି । ଚେତେଶ୍ବର ପୂଜାରା ୭୯୧ ପଏଣ୍ଟ ସହ ୫ମ ସ୍ଥାନ, ପାକିସ୍ତାନୀ ବ୍ୟାଟସମ୍ୟାନ ବାବର ଆଜାମ ୭୬୭ ପଏଣ୍ଟ ସହ ୬ଷ୍ଠ ସ୍ଥାନ ,ଭାରତୀୟ ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହାଣେ ଓ ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନ  ଡେଭିଡ୍ ଓ୍ବାର୍ନର ସଂୟୁକ୍ତ ଭାବେ ୭ମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ବ୍ୟାଟସମ୍ୟାନ ଜୋ ରୁଟ୍ ୭୫୪ପଏଣ୍ଟ ସହ ୯ମ ସ୍ଥାନ, କ୍ବିଣ୍ଟନ ଡି କକ୍‌ ୭୧୨ ପଏଣ୍ଟ ସହ ୧୦ସ୍ଥାନରେ ରହିଛନ୍ତି

ସେହପରି ଆସନ୍ତୁ ଜାଣିବା ଟପ୍‌ ଟେନ୍ ବୋଲିଂ ତାଲିକାରେ କିଏ , କେତେ ପଏଣ୍ଟ ସହ କେଉଁ ସ୍ଥାନରେ ଅଛନ୍ତି ।

ଆଇସିସିର ଟପ୍‌-୧୦ ବୋଲିଂ  ତାଲିକାରେ ଅଷ୍ଟ୍ରେଲିଆ ବୋଲର ପାଟ୍ କମିନସ୍‌ ୯୦୨ ପଏଣ୍ଟ ସହ ପ୍ରଥମ ସ୍ଥାନ, ନେଲ୍ ଓ୍ବଗନର ୮୫୯ ପଏଣ୍ଟ ସହ ୨ୟସ୍ଥାନ, ଦକ୍ଷିଣ ଆଫ୍ରିକୀୟ ବୋଲର କାଗିସୋ ରାବାଡା ୮୩୨ପଏଣ୍ଟ ସହ ୩ୟ ସ୍ଥାନ, ଜାସନ ହୋଲ୍ଡର ୮୩୦  ପଏଣ୍ଟ ସହ ୪ର୍ଥ ସ୍ଥାନ, ଦକ୍ଷିଣ ଆଫ୍ରିକୀୟ ବୋଲର ଭେରିଅନ୍‌ ଫିଲାଣ୍ଡର ୮୦୦ପଏଣ୍ଟ ସହ ୫ମ ସ୍ଥାନ , ଭାରତୀୟ ବୋଲର ଜସପ୍ରୀତ ବୁମ୍‌ରା ୭୯୪ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ । ସେହପିର ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ବିନୀ ୭୭୨ ପଏଣ୍ଟ ସହ ୯ମ ସ୍ଥାନ ଓ ମହମ୍ମଦ ସାମି ୭୧୧ ପଏଣ୍ଟ ସହ ୧୦ତମ ସ୍ଥାନରେ ରହିଛନ୍ତି ।   

   Related Posts