ଟି-ଟ୍ବେଣ୍ଟିରେ କୋହଲିଙ୍କ ଠାରୁ ଢେର୍‌ ଆଗରେ ରାହୁଲ, ଟପ୍‌-୧୦ରେ ନାହାନ୍ତି ଜଣେ ବି ଭାରତୀୟ ବୋଲର

Published By : Prameya-News7 Bureau | February 18, 2020 IST

ନୂଆଦିଲ୍ଲୀ ୧୮।୦୨: ଆଇସିସି ପକ୍ଷରୁ ଟି-ଟ୍ବେଣ୍ଟିରେ ଟପ୍-୧୦ ବ୍ୟାଟିଂ ,ବୋଲିଂ, ଅଲ୍‌ରାଉଣ୍ଡରଙ୍କ  ତାଲିକା ପ୍ରକାଶ ପାଇଛି । ପ୍ରକାଶ ପାଇଥିବା ଟପ୍‌-୧୦ ତାଲିକାରେ ଭାରତୀୟ ଦଳର ଅଧିନାୟକ ୧୦ତମ ସ୍ଥାନକୁ ଖସିଆସିଛନ୍ତି । ଓପନର ଲୋକେଶ ରାହୁଲ ୨ ସ୍ଥାନରେ ରହିଥିବା ବେଳେ ଉପଅଧିନାୟକ ରୋହିତ ଶର୍ମା ୧୧ତମ ସ୍ଥାନରେ ରହିଛନ୍ତି ।  ଲୋକଶ ରାହୁଲ ଗତ ନ୍ୟୁଜିଲାଣ୍ଡ ସହ ଖେଳହୋଇଥିବା ଟି-ଟ୍ବେଣ୍ଟି ସିରିଜରେ ୨୨୪ରନ ହାସଲ କରିଥିଲେ ।

{"id":225854,"sizeSlug":"large"}

ଆଇସିସି ପକ୍ଷରୁ ଜାରି ହୋଇଥିବା ଟପ୍‌-୧୦ ତାଲିକାରେ ପାକିସ୍ତାନୀ ବ୍ୟାଟସମ୍ୟାନ୍‌ ବାବର ଆଜାମ୍‌ ୮୭୯ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତୀୟ ବ୍ୟାଟସମ୍ୟାନ୍‌ କେ.ଏଲ୍‌ ରାହୁଲ୍‌ ୮୨୩ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ସୋମବାର ଦିନ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ବିପକ୍ଷରେ ବିସ୍ଫୋରଣ ଅର୍ଦ୍ଧଶତକ ହାସଲ କରି ମୋଟ ସିରିଜରେ ୧୩୩ରନ କରି ତାଲିକାରେ ଉପରକୁ ଉଠିଛନ୍ତି ଇଆନ୍‌ ମୋର୍ଗାନ । ଇଂଲଣ୍ଡ ଅଧିନାୟକ ମୋର୍ଗାନ ୬୮୭ପଏଣ୍ଟ ସହ ୯ମ ସ୍ଥାନରେ ରହିଛନ୍ତି । ତାଲିକାରେ ଭାରତୀୟ ଅଧିନାୟକ ୬୭୩ପଏଣ୍ଟ ସହ ୧୦ମ ସ୍ଥାନରେ ରହିଥିବା ବେଳେ ଉପଅଧିନାୟକ ୬୬୨ପଏଣ୍ଟ ସହ ୧୧ତମ ସ୍ଥାନରେ ରହିଛନ୍ତି ।

{"id":225855,"width":576,"height":374,"sizeSlug":"large"}

ସେହିପରି ଆଇସିସି ପକ୍ଷରୁ ଜାରି ହୋଇଥିବା ଟପ୍‌-୧୦ ବୋଲିଂ ତାଲିକାରେ କୌଣସି ଭାରତୀୟ ବୋଲର ନଥିବା ଜଣାପଡିଛି । ଆଫଗାନିସ୍ତାନର ରାସିଦ ଖାନ୍‌ ୭୪୯ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଆଫଗାନିସ୍ତନର ୨ୟ ବୋଲର ଭାବେ ମୁଜିବ-ଉର୍‌-ରହମାନ ୭୪୨ପଏଣ୍ଟ ସହ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ଭାରତୀୟ ବୋଲର ଜସ୍‌ପ୍ରୀତ ବୁମ୍‌ରାହ୍‌ ଓ ଓ୍ବେଷ୍ଟଇଣ୍ଡିଜ୍‌ ବୋଲର ଜ୍ୟାକସମ ସଂୟୁକ୍ତ ଭାବରେ ୧୨ତମ ସ୍ଥାନରେ ରହିଛନ୍ତି । ଉଭୟ ବୋଲର ୬୩୦ପଏଣ୍ଟ ରଖି ସମାନ ସ୍ଥାନ ଅକ୍ତିଆର କରିଛନ୍ତି ।  ସଦ୍ୟପ୍ରକାଶିତ ଟପ୍‌-୧୦ ଅଲ୍‌ରାଉଣ୍ଡର ତାଲିକାରେ କୌଣସି ଭାରତୀୟ ଖେଳାଳି ସ୍ଥାନ ପାଇନାହାନ୍ତି ।

{"id":225856,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.