Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ଆଗରେ ରହି କରୋନା ମୁକାବିଲା କରୁଛନ୍ତି ଏହି ବିଶ୍ୱ ଚାମ୍ପିଅନ ବୋଲର, ପ୍ରଶଂସା କରି ଟ୍ୱିଟ୍ କଲା ଆଇସିସି, କହିଲା…

29/03/2020 at 2:34 PM

ଚଣ୍ଡିଗଡ, ୨୯|୦୩ :  ୨୦୦୭ ଟି୨୦ ବିଶ୍ୱକପ ସମୟରେ ପାକିସ୍ତାନକୁ ଭାରତ  ବିପକ୍ଷରେ ବିଜୟ ପାଇଁ ୪ଟି ବଲରେ ୬ ରନ ଆବଶ୍ୟକ ଥିଲା । ଏପରିକି ପାକିସ୍ତାନର ବିଜୟ ଏକ ପ୍ରକାର ପକ୍କା ହୋଇ ସାରିଥିଲା । ଫ୍ୟାନ ଓ ଖେଳାଳିମାନେ ମଧ୍ୟ ବିଜୟ ପାଳନ ପାଇଁ ଚାହିଁ ରହିଥିଲେ ।କିନ୍ତୁ ଦଳ ୯ଟି ଓ୍ୱିକେଟ ହରାଇ ସାରିଥିଲା । ଏହି ସମୟରେ ଶେଷ ଓଭରରେ ଯୋଗିନ୍ଦର ଶର୍ମା ହିରୋ ଭାବେ ଉଭା ହୋଇଥିଲେ । ଭାରତକୁ ବିଜୟ ଦେବା ସହ ଦଳ ପ୍ରଥମ ଟି୨୦ ଚାମ୍ପିଅନ ହୋଇପାରି ଥିଲା ।

ଏବେ ଯୋଗିନ୍ଦର ଲକଡାଉନ ସମୟରେ କରୋନା ଭାଇରସର ମୁକାବିଲା କରୁଛନ୍ତି । ସେ ହରିୟାଣା ପୋଲିସରେ ଡିଏସପି ଭାବେ କାର୍ଯ୍ୟରତ୍ତ । ଏହି ସମୟରେ ସେ ଲକଡାଉନ୍ ଡ୍ୟୁଟିରେ ରହିଛନ୍ତି । ଏହି କଠିନ ପରିସ୍ଥିତିରେ ଯୋଗିନ୍ଦରଙ୍କ ଏହି ସାହାସିକତାକୁ ଆଇସିସି ପ୍ରଶଂସା କରିଛି ।

ଆଇସିସି ଯୋଗିନ୍ଦରଙ୍କୁ ପ୍ରଶଂସା କରି ଟ୍ୱିଟ କରିଛି । ଟ୍ୱିଟରେ ଲେଖିଛି ଯେ, ୨୦୦୭ ଟି୨୦ ବିଶ୍ୱକପର ହିରୋ ଓ ୨୦୨୦ରେ ବିଶ୍ୱରେ ପ୍ରକୃତ ହିରୋ ହେଉଛନ୍ତି ଯୋଗିନ୍ଦର । କ୍ରିକେଟ କ୍ୟାରିଅର ପରେ ସେ ପୋଲିସ କର୍ମୀ ଭାବେ ମାରାତ୍ମକ କରୋନା ଭାଇରସ ମଧ୍ୟରେ ଡ୍ୟୁଟି କରୁଛନ୍ତି ।

ଏହା ପୂର୍ବରୁ ଯୋଗିନ୍ଦର ଟ୍ୱିଟ କରି କହିଥିଲେ ଯେ,  ସେ ୨୦୦୭ରୁ ହରିୟାଣା ପୋଲିସର ଡିଏସପି ରହିଛନ୍ତି । ଏବେ ସେ ଏକ ଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି । ଏହାସହ ଲକଡାଉନ ସମୟରେ ସେ ଏକ ଭିଡିଓ ସେୟାର କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ ।

   Related Posts