Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ICC ବୈଠକ ସୋମବାର, ବାତିଲ ହୋଇପାରେ T-20 ୱାର୍ଲଡ କପ୍, IPL ଲାଗି ଖୋଲିପାରେ ବାଟ

19/07/2020 at 4:47 PM

ଦୁବାଇ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ଅନଲାଇନ୍‌ ବୈଠକ ସୋମବାର ଅନୁଷ୍ଠିତ ହେବ। ଏଥିରେ ଆଗକୁ ହେବାକୁ ଥିବା ଟି-୨୦ ୱାର୍ଲଡ କପ୍‌ର ଭବିଷ୍ୟତକୁ ନେଇ ଆଲୋଚନା ହୋଇପାରେ। କରୋନା ମହାମାରୀ ଜନିତ ପରିସ୍ଥିତି ଯୋଗୁ ହୁଏତ ଏହି ଟୁର୍ଣ୍ଣାମେଣ୍ଟକୁ ଚଳିତବର୍ଷ  ବନ୍ଦ କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇପାରେ ବୋଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆକଳନ କରୁଛନ୍ତି। ଯଦି ଏପରି କିଛି ନିଷ୍ପତ୍ତି ହୁଏ ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୦ ଲାଗି  ପଥ ପରିସ୍କାର ହୋଇଯିବ ବୋଲି ବିସିସିଆଇ ଆଶାବ୍ୟକ୍ତ କରିଛନ୍ତି।

ବିସିସିଆଇ ଆଇପିଏଲର ୧୩ତମ ସଂସ୍କରଣକୁ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଆୟୋଜନ କରିବାକୁ ଯୋଜନା ରଖିଛନ୍ତି। ତେବେ ଏଥିରେ ଟି-୨୦ ବିଶ୍ୱକପ ବାଧା ହୋଇ ଉଭା ହୋଇଛି। ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପର ଆୟୋଜକ ହୋଇଥିବା ବେଳେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଖେଳ ସୂଚୀ ଚୂଡାନ୍ତ ହୋଇଛି। ତେବେ ଭିକ୍ଟୋରିଆ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଅଷ୍ଟ୍ରେଲିଆ ଗତ ମେ ମାସରୁ ବିଶ୍ୱକପ୍ ଆୟୋଜନରୁ ଓହରିବା ଲାଗି କହିସାରିଛି।

ଭାରତରେ ମଧ୍ୟ କରୋନା ଭାଇରସ ମହାମାରୀ ବ୍ୟାପିବାରେ ଲାଗିଛି। ଦେଶରେ ୧୦ ଲକ୍ଷରୁ ଅଧିକେ ଲୋକେ ସଂକ୍ରମିତ ହେଲେଣି। ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ୨୬ ହଜାର ପାର କରିସାରିଲାଣି। ତେବେ ଏଥିରେ ଆଇପିଏଲ ଆୟୋଜନ କରାଯାଇ ପାରିବ। ଭାରତ ସରକାରଙ୍କ ଅନୁମତି ନେଇ ଆଇପିଏଲର ତ୍ରୟୋଦଶତମ ସଂସ୍କରଣକୁ ୟୁଏଇରେ ଖେଳାଯାଇ ପାରିବ। ସେପଟେ ଚଳିତବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆ ୨୦୨୨ରେ ଆୟୋଜନ କରିପାରେ। କାରଣ ୨୦୨୧ ଟୁର୍ଣ୍ଣାମେଣ୍ଟକୁ ଭାରତ ଅଷ୍ଟ୍ରେଲିଆ ସହ ବଦଳାଇ ନପାରେ। 

   Related Posts