ICC ଓ୍ବାନ୍‌ଡେ ରାଙ୍କିଙ୍ଗରେ ଇଂଲଣ୍ଡକୁ ପଛରେ ପକାଇ ଶୀର୍ଷରେ ଏହି ଦଳ, ତଳକୁ ଖସିଲା ଟିମ୍‌ ଇଣ୍ଡିଆ

Published By : Prameya-News7 Bureau | May 03, 2021 IST

ନୂଆଦିଲ୍ଲୀ ୩/୫: ଆଇସିସି ଓ୍ବାନଡେ ରାଙ୍କିଙ୍ଗରେ ଇଂଲଣ୍ଡକୁ ପଛରେ ପକାଇଲା ନ୍ୟୁଜିଲାଣ୍ଡ। ଦିନିକିଆ ରାଙ୍କିଙ୍ଗରେ ଶୀର୍ଷରେ ନ୍ୟୁଜିଲାଣ୍ଡ। ଇଂଲଣ୍ଡକୁ କ୍ଷତି ସହିବାକୁ ପଡ଼ିଥିବା ବେଳେ ୪ ନମ୍ବର ସ୍ଥାନକୁ ଖସିଆସିଛି ଇଂଲଣ୍ଡ। ଓ୍ବାନଡେ ରାଙ୍କିଙ୍ଗରେ ନ୍ୟୁଜିଲାଣ୍ଡ ୩ ନମ୍ବର ସ୍ଥାନରେ ଥିବା ବେଳେ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି। ବାର୍ଷିକ୍‌ ରଙ୍କିଙ୍ଗରେ ଟିମ୍‌ ଇଣ୍ଡିଆ ନିଜର ୨ ନମ୍ବର ସ୍ଥାନ ହରାଇ ତିନି ନମ୍ବରକୁ ଖସିଆସିଛି।

ଆଇସିସି ରାଙ୍କିଙ୍ଗରେ ଅଷ୍ଟେ୍ରଲିଆକୁ ଫାଇଦା ମିଳିଛି। କାଙ୍ଗାରୁ ଟିମ୍‌ ଚତୁର୍ଥ ସ୍ଥାନରୁ ସିଧା ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ବାଂଲାଦେଶ ବିପକ୍ଷରେ ଓ୍ବାନଡେ ସିରିଜ୍‌କୁ ୦-୩ରେ କବଜା କରିଥିଲା ନ୍ୟୁଜିଲାଣ୍ଡ। ଯେଉଁଥିପାଇଁ ଟିମ୍‌କୁ ବଡ଼ ଫାଇଦା ମିଳିଛି। ଇଂଲଣ୍ଡ ଭାରତ ବିପକ୍ଷରେ ଦିନିକିଆ ସିରିଜ୍‌ ହାରିଥିଲା, ଯାହାର ପରିଣାମ ଟିମ୍‌କୁ ଭୋଗିବାକୁ ପଡ଼ିଛି।

wp:embed {"url":"https://twitter.com/ICC/status/1389128706841452551","type":"rich","providerNameSlug":"twitter","responsive":true,"className":""}
https://twitter.com/ICC/status/1389128706841452551
/wp:embed

କିନ୍ତୁ ଟି-୨୦ରେ ପ୍ରଥମ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି ଇଂଲଣ୍ଡ । ଶୀର୍ଷ ୪ଟିମ୍‌କୁ ଛାଡ଼ି ଓ୍ବାନଡେ ରାଙ୍କିଙ୍ଗରେ ବାକି ଟିମ୍‌ରେ କଛି ପରିବର୍ତ୍ତନ ହୋଇନାହିଁ।  ଦକ୍ଷିଣ ଆଫ୍ରିକା ପଞ୍ଚମ ଏବଂ ପାକିସ୍ତାନ ଷଷ୍ଠ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି। ତାଜା ଓ୍ବାନଡେ ରାଙ୍କିଙ୍ଗ ଆସିବା ପରେ ନ୍ୟୁଜିଲାଣ୍ଡ ରେଟିଂ ଏବେ ୧୧୮ରୁ ବଢ଼ି ୧୨୧ ହୋଇଛି।

ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟେ୍ରିଲିଆର ରେଟିଂ ୧୧୧ରୁ ୧୧୮ରେ ପହଞ୍ଚିଛି। ଟିମ୍‌ ଇଣ୍ଡିଆ ରେଟିଂରେ ପରିବର୍ତ୍ତନ ହୋଇଥିବା ବେଳେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଟିମ୍‌ର ରେଟିଂ ୧୧୯ରୁ କମି ୧୧୫ରେ ପହଞ୍ଚିଛି। ଭାରତ ଏବଂ ଇଂଲଣ୍ଡ ରେଟିଂ ଏବେ ସମାନ ହୋଇଯାଇଛି। ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଟିମ୍‌ ତିନୋଟି ଫର୍ମାଟରେ ପରାଜୟ ସ୍ବୀକାର କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.