ଆଇସିସି ରାଙ୍କିଂରେ କୋହଲି-ରୋହିତ…ନମ୍ବର ୧ ନମ୍ବର ୨, ବୋଲିଂରେ ବୁମରାହ ୨ ନମ୍ବର

Published By : Prameya-News7 Bureau | August 06, 2020 IST

ନୂଆଦିଲ୍ଲୀ, ୦୬|୦୮:  ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମା ଆଇସିସି ଦିନିକିଆ ବ୍ୟାଟସମ୍ୟାନ ରାଙ୍କିଂରେ ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି । ସେହିପରି ଦ୍ରୁତ ବୋଲର ଜସପ୍ରିତ ବୁମରାହ ମଧ୍ୟ ବୋଲର୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

କୋହଲି ୮୭୧ ପଏଣ୍ଟ ସହ ଶୀର୍ଷ ସ୍ଥାନ କବଜା କରିଥିବା ବେଳେ ରୋହିତ ୮୫୫ ଓ ପାକିସ୍ତାନୀ ବ୍ୟାଟସମ୍ୟାନ ବାବର ଆଜମ ୮୨୯ ସହ ତୃତୀୟ ରହିଛନ୍ତି । ସେହିପରି ବୁମରାହ ୭୧୯ ପଏଣ୍ଟ ସହ ବୋଲର ତାଲିକାରେ ଦ୍ୱିତୀୟ ସ୍ଥାନ ଓ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ୍ ବୋଲଟ୍ ପ୍ରଥମ ସ୍ଥାନ ଅଳଙ୍କୃତ କରିଛନ୍ତି ।

{"id":310622,"width":662,"height":497,"sizeSlug":"large"}

ବ୍ୟାଟିଂ ତାଲିକାରେ ଆୟାର୍ଲାଣ୍ଟର ଅଧିନାୟକ ଆଣ୍ଡ୍ର୍ୟୁ ଇଂଲଣ୍ଡ ବିପକ୍ଷରେ ୧୧୩ ରନର ଇନିଂସ ଖେଳିବା ପରେ କ୍ୟାରିଅରର ଶ୍ରେଷ୍ଠ ୪୨ ତମ ସ୍ଥାନରେ ରହିଛନ୍ତି । ସେହିପରି ଉପ ଅଧିନାୟକ ପଲ ଷ୍ଟାଲିଂ ୧୪୨ ରନ୍‌ର ଇନିଂସ ଖେଳି ୨୬ତମ ସ୍ଥାନରେ ପହଁଚିଛନ୍ତି ।

ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଅନ୍ତିମ ଦିନିକିଆରେ ଶତକ ଅର୍ଜନ କରିଥିଲେ । ଏହାପରେ ସେ ୨୨ ତମ ରାଙ୍କକୁ ଉତୀନ୍ନ ହୋଇଛନ୍ତି । ଜନୀ ବେୟରୋଷ୍ଟୋ ଗୋଟିଏ ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ପହଁଚିଛନ୍ତି । ସେହିପରି ଇଂଲଣ୍ଡର ସ୍ପିନର ଆଦିଲ ରଶିଦ ୨୯ରୁ ୨୫ ତମ ସ୍ଥାନରେ ପହଁଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.