ଟି-୨୦ ବିଶ୍ଵ କପ୍ ବାତିଲ, କୋଭିଡ୍‌ର ପ୍ରଭାବକୁ ଦେଖି ICC ନେଲା ନିଷ୍ପତ୍ତି

Published By : Prameya-News7 Bureau | July 20, 2020 IST

ନୂଆଦିଲ୍ଲୀ ୨୦।୦୭: କରୋନା ମହାମାରୀ କାରଣରୁ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ସ୍ଥଗିତ ରଖିବାକୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ICC) ନିଷ୍ପତ୍ତି ନେଇଛି। ଏହି ଟୂର୍ଣ୍ଣାମେଣ୍ଟ ୨୦୨୧ ଅକ୍ଟୋବର-ନଭେମ୍ବର ମାସରେ ଆୟୋଜନ ହେବ। ଏହାର ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାର ଥିଲା। ସେହି ପରି ୨୦୨୨ରେ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ଵକପ୍‌ ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ଏହାର ଫାଇନାଲ ମୁକାବିଲା ନଭେମ୍ବର ୧୩ରେ ଖେଳାଯିବ। ଆଇସିସିର ସୋମବାର ଅନୁଷ୍ଠିତ ଟେଲି କନଫରେନ୍ସିଂ ବୈଠକରେ ଏହି ନିର୍ଣ୍ଣୟ ନେଇଛି। ଆଇସିସିର ଏହି ନିଷ୍ପତ୍ତି ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ପାଇଁ ବାଟ ଖୋଲିଛି।

wp:html /wp:html

ଆଇସିସି କହିଛି ପୁରୁଷ ଟି-୨୦ ବିଶ୍ଵ କପ୍‌ ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବରେ ଆୟୋଜିତ ହେବ। ଏହାର ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ରେ ଖେଳାଯିବ। ଏହି ପରି ୨୦୨୨ ଟି-୨୦ ବିଶ୍ଵକପ୍ ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ଫାଇନାଲ ମ୍ୟାଚ୍ ନଭେମ୍ଵର ୧୩ରେ ଖେଳାଯିବ। ଆଇସିସି ପୁରୁଷ ବିଶ୍ଵକପ ୨୦୨୩ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବ। ଏହାର ଫାଇନାଲ ମ୍ୟାଚ୍ ନଭେମ୍ବର ୨୬ରେ ଖେଳାଯିବ।

ସୂଚନାଯୋଗ୍ୟ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଟି-୨୦ ବିଶ୍ଵକପ ହେବାର ଥିଲା। ଏହାକୁ ନେଇ ଆଇସିସି ବୋର୍ଡର ଜୁନ ୨୫ରେ ବୈଠକ  ବସିଥିଲା। କିନ୍ତୁ ଆୟୋଜନ ନେଇ ନିଷ୍ପତ୍ତି ଘୁଞ୍ଚାଇ ଦିଆଯାଇଥିଲା। ଆଇପିଏଲ ଆୟୋଜନ ନେଇ ଏବେ ସମ୍ଭାବନା ଆହୁରି ବଢି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.