Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||

ଆଇସିସି ଓ୍ବାନ ଡେ’ ରାଙ୍କିଂ: ପୁଣି ଶୀର୍ଷ ୨ରେ ବିରାଟ ଏବଂ ରୋହିତ, ଉଠିଲେ ଜାଡେଜା

27/01/2021 at 8:40 PM

ନୂଆଦିଲ୍ଲୀ ୨୭/୦୧: ଆଇସିସି ପକ୍ଷରୁ ଓ୍ବାନ ଡେ ରାଙ୍କିଂ ଜାରି କରାଯାଇଛି। ପୁଣିଥରେ ଭାରତୀୟ ଖେଳାଳି ନିଜର ଦବଦବା ଜାହିର କରିଛନ୍ତି। ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ହିଟ ମ୍ୟାନ୍‌ ରୋହିତ ଶର୍ମା ପୁଣି ଥରେ ପ୍ରଥମ ଦୁଇଟି ସ୍ଥାନ ଅକ୍ତିଆର କରିଛନ୍ତି । ଏହା ସହ ବୋଲିଂ ମାମଲାରେ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଦୀର୍ଘ ସମୟ ଧରି ଲିମିଟେଡ୍‌ ଓଭର ବିଶିଷ୍ଟ କୌଣସି ମ୍ୟାଚ୍‌ ନଖେଳି ମଧ୍ୟ ରୋହିତ ଶର୍ମା ଦ୍ବିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି।  ବିରାଟ କୋହଲି ନମ୍ବର ଓ୍ବାନ୍‌ ଚୌକିରେ ଅଛନ୍ତି।

ବିରାଟ କୋହଲି ୮୭୦ ଅଙ୍କ ସହ ପ୍ରଥମରେ ଥିବା ବେଳେ ରୋହିତ ଶର୍ମା ୮୪୨ ଅଙ୍କ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନ​ରେ ପାକିସ୍ତାନ ଅଧିନାୟକ ବାବର ଆଜମ ରହିଥିବା ବେଳେ ତାଙ୍କର ୮୩୭ ଅଙ୍କ ଅଛି। ୮୧୮ ଅଙ୍କ ସହ ଚତୁର୍ଥ ସ୍ଥାନରେ ନ୍ୟୁଜିଲାଣ୍ଡର ରସ ଟେଲର ରହିଛନ୍ତି। ପଞ୍ଚମ ସ୍ଥାନରେ ୭୯୧ ଅଙ୍କ ସହ ଅଷ୍ଟେ୍ରଲିଆର ଅଧିନାୟକ ଆରୋନ ଫିଞ୍ଚ ରହିଛନ୍ତି।

ଅଲରାଉଣ୍ଡର ଲିଷ୍ଟରେ ରବିନ୍ଦ୍ର ଜାଡେଜା ଗୋଟିଏ ସ୍ଥାନ ଉପରକୁ ଉଠିବା ସହ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ଏହି ଲିଷ୍ଟର ଶୀର୍ଷରେ ବାଂଲାଦେଶର ଶାକିବ ଉଲ ହାସନ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଆଫଗାନିସ୍ତାନର ମହମ୍ମଦ ନବୀ ରହିଛନ୍ତି। ତୃତୀୟ ନମ୍ବରରେ କ୍ରିସ ଓ୍ବଗ୍ସ, ଚତୁର୍ଥ ସ୍ଥାନରେ ବେନ ଷ୍ଟୋକ୍ସ ଏବଂ ପଞ୍ଚମ ସ୍ଥାନରେ ପାକିସ୍ତାନର ଇମାଦ ଓ୍ବାସିମ ରହିଛନ୍ତି।

ଓ୍ବାନ ଡେ ରାଙ୍କିଂରେ ବୋଲରଙ୍କ କଥା କହିଲେ ନମ୍ବର ଓ୍ବାନରେ ପୁଣି ଥରେ ଅପରିବର୍ତ୍ତିତ ରହିଛନ୍ତି ଟ୍ରେଣ୍ଟ ବୋଲ୍ଟ। ଏହି ଲିଷ୍ଟରେ ଦ୍ବିତୀୟ ସ୍ଥାନକୁ ସଜୀବ ଉର ରହମାନ ଉଠିଥିବା ବେଳେ ତୃତୀୟ ସ୍ଥାନରେ ଜଶପ୍ରୀତ ବୁମରା ରହିଛନ୍ତି। ଚତୁର୍ଥ ନମ୍ବରରେ ମେହନ୍ଦୀ ହସନ ଏବଂ ପଞ୍ଚମ ସ୍ଥାନରେ କ୍ରିସ୍‌ ଓ୍ବଗ୍ସ ଅପରିବର୍ତ୍ତିତ ରହିଛନ୍ତି।

ଇଂଲଣ୍ଡ ବିପକ୍ଷରେ ଆଗାମୀ ଓ୍ବାନ ଡେ, ଟିମ୍‌ ଇଣ୍ଡିଆ ମାର୍ଚ୍ଚ ୨୩ରେ ଖେଳିବ। ଏହା ପରେ ପୁଣି ଥରେ ଆଇପିଏଲ୍‌ ଆରମ୍ଭ ହୋଇଛି। ଏଥିପାଇଁ ମିନି ଅକ୍ସନ ଫେବୃଆରୀ ୧୮ରେ ହେବ। ତେବେ ଏହି ଅକ୍ସନ ଚେନ୍ନାଇରେ ହେବ।

   Related Posts