Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଆଇସିସି ଏକ ଦିବସୀୟ ବ୍ୟାଟ୍ସମ୍ୟାନ ରେଙ୍କିଙ୍ଗ ଘୋଷିତ : ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ବିରାଟ ଏବଂ ରୋହିତ

8/07/2019 at 12:25 PM

ମଞ୍ଚେଷ୍ଟର ୮/୭ : ଆଇସିସି ବିଶ୍ୱକପ ୨୦୧୯ରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳୁଛି । ଚଳିତ ବିଶ୍ୱକପରେ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଙ୍ଗ କରୁଛନ୍ତି । ଟୁର୍ଣ୍ଣାମେଣ୍ଟର ଲିଗ୍ ମ୍ୟାଚ ଖେଳାଯିବା ପରେ ଆଇସିସି ବ୍ୟାଟ୍ସମ୍ୟାନମାନଙ୍କ ରେଙ୍କିଙ୍ଗ ଘୋଷଣା କରିଛନ୍ତି । ଏହି ରେଙ୍କରେ ପ୍ରଥମ ସ୍ଥାନରେ ଅଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ।

ରୋହିତ ଶର୍ମା ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ମ୍ୟାଚରେ ୬୪୭ ରନ କରି ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ । ବିରାଟ କୋହଲି ୮ଟି ମ୍ୟାଚରେ ୪୪୧ ରନ କରିଛନ୍ତି । ତଥାପି ବିରାଟ କୋହଲି ୮୯୧ ରେଟିଙ୍ଗ୍ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛନ୍ତି ।

ବିଶ୍ୱକପ ପୁର୍ବରୁ ରୋହିତ ଶର୍ମାଙ୍କର ୮୩୯ ରେଟିଙ୍ଗ୍ ପଏଣ୍ଟ ଥିଲା । ଏବେ ତାହା ୮୮୫ ରେ ପହଞ୍ଚିଛି । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କେବଳ ୬ ପଏଣ୍ଟର ଫରକ ରହିଛି । ରୋହିତ ଯେଉଁ ଫର୍ମରେ ଅଛନ୍ତି, ଯଦି ସେହି ଫର୍ମରେ ବ୍ୟାଟିଙ୍ଗ କରିବା ତାହେଲେ ବିରାଟଙ୍କୁ ପଛରେ ପକାଇ ସେ ଆଗକୁ ଚାଲିଯିବେ ।

ପାକିସ୍ତାନର ଯୁବ ଖେଳାଳି ବାବର ଆଜମ ଟପ୍ ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ସେ ବର୍ତ୍ତମାନ ତୃତୀୟ ସ୍ଥାନରେ ଅଛନ୍ତି । ପାକିସ୍ତାନ ବିଶ୍ୱକପରୁ ବାହାରି ଯାଇଥିଲେ ମଧ୍ୟ ବାବର ଆଜମ ଦମଦାର ପ୍ରଦର୍ଶନ କରିଛନ୍ତି ।

ଦକ୍ଷିଣ ଆଫ୍ରିକା ଖେଳାଳି ଫାଫ୍ ଡୁ ପ୍ଲେସିସ୍ ଚତୁର୍ଥ ସ୍ଥାନରେ ଅଛନ୍ତି । ବିଶ୍ୱକପ ପୁର୍ବରୁ ସେ ଷଷ୍ଠ ସ୍ଥାନରେ ଥିଲେ । ନ୍ୟୁଜିଲାଣ୍ଡର ରସ ଟେଲର ଦୁଇଟି ସ୍ଥାନ ତଳକୁ ଖସି ଆସିଛନ୍ତି । ସେ ବର୍ତ୍ତମାନ ୫ମ ସ୍ଥାନରେ ଅଛନ୍ତି । ସାଇ ହୋପ୍. ଫକର ଜମାନ ଏବଂ ମାର୍ଟିନ ଗପ୍ଟିଲ ଟପ୍ ୧୦ ବ୍ୟାଟ୍ସମ୍ୟାନ ତାଲିକାରୁ ବାହାରି ଯାଇଛନ୍ତି । ବିଶ୍ୱକପରେ ଧୁଆଁଧାର ବ୍ୟାଟିଙ୍ଗ କରୁଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ ବିଲିୟମସନ, ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ଏବଂ ଓପନିଙ୍ଗ ବ୍ୟାଟ୍ସମ୍ୟାନ ଡେଭିଡ୍ ୱାର୍ନର ଟପ୍ ୧୦ ବ୍ୟାଟ୍ସମ୍ୟାନ ତାଲିକାରେ ଅଛନ୍ତି ।

   Related Posts