Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଆଇସିସି ଟି-୨୦ ରାଙ୍କିଙ୍ଗ ଜାରି, ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

7/07/2021 at 8:06 PM

ନୂଆଦିଲ୍ଲୀ ୭/୦୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଟି-୨୦ ରାଙ୍କିଙ୍ଗ ଜାରି ହୋଇଛି। ବ୍ୟାଟ୍ସମ୍ୟାନ୍‌ ସୂଚୀରେ ୭୬୨ ଅଙ୍କ ସହ ପଞ୍ଚମ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଓ୍ବିକେଟ କିପର –ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ୭୪୩ ରେଟିଂ ସହ ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନକୁ ଆସିଛନ୍ତି। ବ୍ୟାଟ୍ସମ୍ୟାନ୍‌ ରାଙ୍କିଙ୍ଗରେ ବିରାଟ ଏବଂ ରାହୁଲଙ୍କ ବ୍ୟତୀତ ଅନ୍ୟ କେହି ଭାରତୀୟ ଖେଳାଳି ଶୀର୍ଷ ୧୦ରେ ସ୍ଥାନ ପାଇନାହାନ୍ତି।

ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ ଡେଭିଡ ମଲାନ୍‌ ଶୀର୍ଷରେ ଥିବା ବେଳେ ତାଙ୍କୁ ମିଳିଛି ୮୮୮ ରେଟିଂ। ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ (୮୩୦ ରେଟିଂ) ଏବଂ ପାକିସ୍ତାନର ବାବର ଆଜମ (୮୨୮ ରେଟିଂ) ରହିଛନ୍ତି। ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ସେପଟେ ଦିନିକିଆ ରାଙ୍କିଙ୍ଗରେ କୋହଲି ଏବଂ ଉପ ଅଧିନାୟକ ରୋହିଲ ଶର୍ମା ଶୀର୍ଷ ୫ରେ ରହିଛନ୍ତି।

ବାବର ଆଜମଙ୍କ ପରେ କ୍ରମଶଃ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି କୋହଲି ଏବଂ ରୋହିତ। ଭାରତର ଦ୍ରୁତ ବୋଲର ଜସପ୍ରୀତ ବୁମରା ଶୀର୍ଷ ୧୦ରେ ସାମିଲି ହୋଇଥିବା ବେଳେ ତାଙ୍କୁ ଗୋଟିଏ ସ୍ଥାନ ଫାଇଦା ସହ ସେ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି।

ଅଲରାଉଣ୍ଡର ସୂଚୀରେ ରବିନ୍ଦ୍ର ଜାଡେଜା ନବମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର କ୍ରିସ୍‌ ବୋକ୍ସ ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରି ନିଜ କ୍ୟାରିୟରର ସବୁଠୁ ଶ୍ରେଷ୍ଠ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଇଂଲଣ୍ଡର ଡେଭିଡ୍‌ ବଲି ଏବଂ ଟମ କରନ ଯଥାକ୍ରମେ ୩୭ ଏବଂ ୨୦ ତମ ସ୍ଥାନରେ ପହଞ୍ଚିଯାଇଛନ୍ତି ।  

   Related Posts