ଟି-୨୦ ବିଶ୍ବକପ : ପୁଣିଥରେ ମୈଦାନରେ ମୁହାଁମୁହିଁ ହେବେ ୨ ଚିର ପ୍ରତିଦ୍ବନ୍ଦୀ, ଦେଖିବାକୁ ମିଳିବ ମହାଲଢେଇ

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ ୧୬/୦୭ : ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟ୍ବେଣ୍ଟି ଟେଣ୍ଟି ବିଶ୍ବକପ୍‌ ମହାସମର । ଏହା ପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତି ଜୋରଦାର କରୁଛନ୍ତି । ତେବେ କ୍ରିକେଟ ପାଗଳ ଦେଶ କୁହାଯାଉଥିବା ଭାରତ ପାଇଁ ଆଉ ଏକ ରୋମାଞ୍ଚକର ଖବର ଆସିଛି । ମୋଟ ୧୨ଟି ଅଂଶ ଗ୍ରହଣ କରୁଥିବା ଟି-୨୦ ବିଶ୍ବକପରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ହିଁ ରହିଛନ୍ତି । ଅର୍ଥାତ ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ ।

wp:embed {"url":"https://twitter.com/ANI/status/1415975935275192320","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1415975935275192320
/wp:embed

ଆଉ ମାତ୍ର କିଛି ଦିନ ପରେ ବିଶ୍ବକପ ଟି-ଟ୍ବେଣ୍ଟି ମହାସମର ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର ମିଳିଛି । କ୍ରିକେଟର ୨ ମାରମ୍ପରିକ ପ୍ରତିଦ୍ବନ୍ଦୀ କୁହାଯାଉଥିବା ଭାରତ ଏବଂ ପାକିସ୍ତାନ କ୍ରିକେଟ ଟିମ ଗ୍ରୁପ୍‌-ବି ରେ ରହିଛନ୍ତି । ଉଭୟ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ ହେଲେ ଦର୍ଶକ ତଥା କ୍ରିକେଟ ଫ୍ୟାନ୍‌ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳେ ।   

ଓମାନ ଏବଂ ୟୁଏଇରେ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ଯାଏଁ ଆୟୋଜିତ ହେବାକୁ ଯାଉଛି ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । ତେବେ ଗ୍ରପ୍ ବି ରେ ଭାରତ ଏବଂ ପାକିସ୍ତାନ ବ୍ୟତିତ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ସମେତ ଆଉ ୨ଟି ଟିମ ରହିବେ । ଏ ନେଇ ଘୋଷଣା କରିଛି ଇଣ୍ଟରନେସନାଲ କ୍ରିକେଟ କାଉନସିଲ (ICC) ।

ଗ୍ରୁପ୍-ଏ ର ଟିମ୍ : ଇଂଲଣ୍ଡ, ଅ​‌େ​‌ଷ୍ଟ୍ରଲିଆ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ୍, ରାଉଣ୍ଡ ୧ ଗୃପ୍‌ ଏ ର ବିଜେତା ଏବଂ ରାଉଣ୍ଡ ୧ ଗ୍ରୁପ୍‌ ବି ପର ଉପ ବିଜେତା

ଗ୍ରୁପ୍‌-ବି ର ଟିମ୍ : ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ରାଉଣ୍ଡ ୧ ଗ୍ରୁପ୍‌ ବି ର ବିଜେତା ଏବଂ ରାଉଣ୍ଡ-୧ ଗ୍ରୁପ୍ ଏ ର ଉପ ବିଜେତା

wp:embed {"url":"https://twitter.com/T20WorldCup/status/1415978487878455298","type":"rich","providerNameSlug":"twitter","responsive":true,"className":""}
https://twitter.com/T20WorldCup/status/1415978487878455298
/wp:embed

ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ୮ଟି କ୍ଲାଲିଫାଇଙ୍ଗ୍ ଟିମ ଭାଗ ନେବେ । ଯାହାକି ଓମାନ ଏବଂ ୟୁଏଇରେ ଖେଳାଯିବ । ସେମାନଙ୍କ ମଧ୍ୟରୁ ୪ଟି ଟିମ ସୁପର୍‌ ୧୨ରେ ପହଞ୍ଚିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ  ୮ଟିମ ବାଂଲାଦେଶ, ଶ୍ରୀଲଙ୍କା, ଆୟରଲାଣ୍ଡ, ନେଦରଲାଣ୍ଡ, ନାମୀବିୟା, ଓମାନ ଏବଂ ପାପୁଆ ନ୍ୟୁଗିନି ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରୁ ୪ଟି ଟିମ ସୁପର ୧୨ରେ ପ୍ରବେଶ କରି ବିଶ୍ବକପ ଖେଳିବେ ।

wp:embed {"url":"https://twitter.com/T20WorldCup/status/1415972746836779009","type":"rich","providerNameSlug":"twitter","responsive":true,"className":""}
https://twitter.com/T20WorldCup/status/1415972746836779009
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.