Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ପଏଣ୍ଟ ସିଷ୍ଟମରେ ବଡ ପରିବର୍ତ୍ତନ କଲା ଆଇସିସି, ଗୋଟିଏ ମ୍ୟାଚ୍ ଜିତିଲେ ମିଳିବ ୧୨ ଅଙ୍କ

14/07/2021 at 4:32 PM

କୋଲକାତା ୧୪।୦୭:  ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ(ଆଇସିସି)ର ଦ୍ଵିତୀୟ ସଂସ୍କରଣ ପାଇଁ ପଏଣ୍ଟ ସିଷ୍ଟମରେ ବଡ ପରିବର୍ତ୍ତନ କରିଛି। ଦ୍ଵିତୀୟ ସିଜିନରେ ପ୍ରତି ମ୍ୟାଚ୍ ଜିତିଲେ ଦଳକୁ ୧୨ ପଏଣ୍ଟ ମିଳିବ। ସିରିଜରେ ଯେତେ ମ୍ୟାଚ୍ ଖେଳା ଗଲେ ମଧ୍ୟ ପଏଣ୍ଟ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଦଳର ରାଙ୍କିଙ୍ଗ୍ ପୂର୍ବ ପରି ପଏଣ୍ଟର ପ୍ରତିଶତ  ହିସାବରେ କରାଯିବ। ମ୍ୟାଚ୍ ଜିତିଲେ ଦଳକୁ ୧୨ ପଏଣ୍ଟ, ଟାଇ ହେଲେ ୬ ପଏଣ୍ଟ ଏବଂ ଡ୍ର ହେଲେ ୪ ପଏଣ୍ଟ ମିଳିବ। ପରାଜିତ ଦଳକୁ କୌଣସି ପଏଣ୍ଟ ମିଳିବ ନାହିଁ।

ସେହି ପରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ମୋଟ୍ ୨୪ ପଏଣ୍ଟ ରହିବ। ତିନି ମ୍ୟାଚ୍‌ର ସିରିଜରେ ମୋଟ୍ ୩୬ ପଏଣ୍ଟ, ଚାରି ମ୍ୟାଚ୍‌ର ସିରିଜ୍‌ରେ ମୋଟ୍ ୪୮ ପଏଣ୍ଟ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ମୋଟ୍ ୬୦ ପଏଣ୍ଟ ରହିବ। ଏହା ପୂର୍ବରୁ ପ୍ରତ୍ୟେକ ସିରିଜ୍‌ରେ ୧୨୦ ପଏଣ୍ଟ ରହିଥିଲା। ସେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ହେଉ କି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ହେଉ। ମାତ୍ର ଏଥର ପ୍ରତ୍ୟେକ ମ୍ୟାଚ୍‌ରେ ସମାନ ୧୨ ପଏଣ୍ଟ ରହିବ।

ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍‌ରେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୧୩ ଟେଷ୍ଟ ମ୍ୟାଚ୍ ଖେଳିବ। ଅନ୍ୟପଟେ ଇଂଲଣ୍ଡ ସର୍ବାଧିକ ୨୧ ଟେଷ୍ଟ ମ୍ୟାଚ୍ ଖେଳିବ। ଭାରତୀୟ ଦଳ ୧୯ ଏବଂ ଅଷ୍ଟ୍ରେଲିଆ ୧୮ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଓ୍ଵେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଦଳ ୧୩ଟି ଲେଖାଏଁ ମ୍ୟାଚ୍ ଖେଳିବେ। ପାକିସ୍ତାନ ୧୪ ଓ ବାଂଲାଦେଶ ୧୨ ଟେଷ୍ଟ ମ୍ୟାଚ୍ ଖେଳିବେ। ବିଶ୍ଵ ଟେଷ୍ଟ ସିରିଜ୍‌ର ନିୟମ ଅନୁଯାୟୀ, ଗୋଟିଏ ଦଳ ତିନୋଟି ଘରୋଇ ଏବଂ ତିନୋଟି ସିରିଜ୍ ବିଦେଶରେ ଖେଳିବ। ଭାରତୀୟ ଦଳ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଘରୋଇ ଗ୍ରାଉଣ୍ଡରେ ଖେଳୁଥିବା ବେଳେ ବିଦେଶ ମାଟି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶରେ ଟେଷ୍ଟ ସିରିଜ୍ ଖେଳିବ।

୨୦୨୩ ମାର୍ଚ୍ଚ ସୁଦ୍ଧା ସମସ୍ତ ଦଳଗୁଡିକୁ ପରସ୍ପର ବିରୋଧରେ ମ୍ୟାଚ୍ ଖେଳିବାକୁ  ପଡିବ। ପ୍ରଥମ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍‌ରେ ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଛି। ସାଉଥମ୍ପଟନରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ହାତରୁ ୮ ଓ୍ଵିକେଟ୍‌ରେ ପରାଜିତ ହୋଇଛି।  

   Related Posts