ଆଇସିସି ଏହି କ୍ରିକେଟ୍ ଟିମ୍‌କୁ କରିପାରେ ବ୍ୟାନ୍, ଆଉ ଖେଳିପାରିବ ନାହିଁ ବିଶ୍ବକପ୍

Published By : Prameya-News7 Bureau | July 10, 2019 IST

ନୂଆଦିଲ୍ଲୀ ୧୦|୭: ଇଂଲଣ୍ଡ ଏବଂ ଓ୍ବେଲ୍ସ କ୍ରିକେଟ୍ ବୋର୍ଡ ଅଧିନରେ ଖେଳାଯାଉଥିବା ଆଇସିସି କ୍ରିକେଟ୍ ଓ୍ବାର୍ଲଡ କପ୍ ଭିତରେ ଗୋଟିଏ ଟିମ୍ ପାଇଁ ଖରାପ ଖବର ଶୁଣିବାକୁ ମିଳିଛି । ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ (ଆଇସିସି) ଗୋଟିଏ କ୍ରିକେଟ୍ ଟିମ୍ କୁ ବ୍ୟାନ୍ କରିପାରେ । ମିଳିଥିବା ସୂଚନା ଅନୁସାରେ ଆଇସିସି ଜିମ୍ବାଓ୍ବେ କ୍ରିକେଟ୍ ଟିମ୍ କୁ କ୍ରିକେଟ୍ ର ସମସ୍ତ ଅନ୍ତରାଷ୍ଟ୍ରୀୟ ଖେଳରୁ ବ୍ୟାନ୍ କରିପାରେ । ଏଥିରେ ପୁରୁଷ ଏବଂ ମହିଳା କ୍ରିକେଟ୍ ଟିମ୍ର ନାଁ ସାମିଲ ଅଛି । ଏହା ପଛର କାରଣ ମଧ୍ୟ ଆଶ୍ଚର୍ଯଜନକ ।

{"id":132127}

ସୂଚନା ଅନୁସାରେ ଜିମ୍ବାଓ୍ବେ କ୍ରିକେଟ୍ ବୋର୍ଡକୁ ରାଜନୈତିକ ହସ୍ତକ୍ଷେପ କାରଣରୁ ଆଇସିସି ଏହି ଟିମ୍ କୁ ବ୍ୟାନ୍ କରିବାକୁ ଚିନ୍ତା କରୁଛି । ଯାହାର ନିଷ୍ପତ୍ତି ଦୁଇ ସପ୍ତାହ ପରେ ହେବାକୁ ଥିବା ଆଇସିସି କନଫରେନ୍ସରେ ନିଆଯିବାର ସମ୍ଭାବନା ରହିଛି ।

ଜିମ୍ବାଓ୍ବେ ଟିମ୍ ବର୍ତ୍ତମାନ ଓ୍ବାନ ଡେ ର୍ୟାକିଂରେ ୧୨ତମ ସ୍ଥାନରେ ରହିଛି ।  ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜିମ୍ବାଓ୍ବେ ସରକାର କ୍ରିକେଟ୍ ବୋର୍ଡକୁ ସସପେଣ୍ଡ କରିଦେଇଥିଲା । ଏହା ପରେ କ୍ରୀଡା ମନ୍ତ୍ରଣାଳୟ ଏକ ଅନ୍ତରୀମ କମିଟି ଗଠନ କରିଥିଲା ଯାହାକି ଆଇସିସି ନିୟମ ଉଲଂଘନ କରିଛି । ଏଥିପାଇଁ ସ୍ପୋର୍ଟସ ଆଣ୍ଡ୍ ରିକ୍ରିଏସନ କମିଶନର ଅଧ୍ୟକ୍ଷ ଗେରାଲ୍ଡ ମଲସ୍ତଓ୍ବା ଅଭିଯୋଗ କରିଛନ୍ତି ଯେ, ଜିମ୍ବାଓ୍ବେ କ୍ରିକେଟ୍ ର ନିଲମ୍ବନ କରେ କର୍ମଚାରୀ କାମ କରିବାକୁ ଆସୁନାହାନ୍ତି ।

{"id":132128}

ଯାହା ଫଳରେ ଆଇସିସି ବୋର୍ଡକୁ ବ୍ୟାନ୍ କରିବା ଉପରେ ବିଚାର କରିପାରେ । ଯଦି ଜିମ୍ବାଓ୍ବେ ଟିମ୍ କୁ ବ୍ୟାନ୍ କରାଯାଏ ତେବେ ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହାବାକୁ ଥିବା ଟି-୨୦ ଓ୍ବାର୍ଲ୍ଡ କପ୍ ଭାଗ ନେଇପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.