ଆଇସିସିର ନୂଆ ନିୟମ : ୧୫ ବର୍ଷରୁ କମ ବୟସର କ୍ରିକେଟର ଖେଳିପାରିବେନି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ ୨୦/୧୧ : ଆନ୍ତର୍ଜାତିକ କ୍ରିକେଟରେ ପାଦ ଥାପିବା ପାଇଁ ନୂଆ ନିୟମ ଲାଗୁ କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) । ନୂଆ ନିୟମ ଅନୁଯାୟୀ ପୁରୁଷ, ମହିଳା,୧୯ ବର୍ଷରୁ କମ ଭଳି ଯେକୌଣସି କ୍ରିକେଟ ଖେଳିବା ପାଇଁ ଖେଳାଳୀଙ୍କ ବୟସ ଅତିକମରେ ୧୫ ବର୍ଷ ହେବା ଅନିର୍ବାଯ୍ୟ । ଆଇସିସ ବୋର୍ଡ ଖେଳାଳୀମାନଙ୍କର ସୁରକ୍ଷାକୁ ଧ୍ୟାନ ରଖି ଏହି ନିୟମ ଲାଗୁ କରିଛି । ଏହି ବୟସ ସମ୍ବନ୍ଧୀୟ ନିୟମ ପ୍ରାୟତଃ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରେ ଲାଗୁହେବ । ଯେଉଁଥିରେ ଆଇସିସି ଟୁର୍ଣ୍ଣାମେଣ୍ଟ, ଦ୍ବିପାକ୍ଷିକ କ୍ରିକେଟ୍ ଏବଂ ଅଣ୍ଡର-୧୯ କ୍ରିକେଟ ମଧ୍ୟ ସାମିଲ ଅଛି ।

ଆଇସିସି ଏକ ବୟାନରେ କହିଛି, କୌଣସି ବ୍ୟତିକ୍ରମ କ୍ଷେତ୍ରରେ ସଦସ୍ୟ ବୋର୍ଡ ୧୫ ବର୍ଷରୁ କମ ବୟସର ଖେଳାଳୀ ଖେଳିବା ନେଇ ଅନୁମୋଦନ ପାଇଁ ଆଇସିସିରେ ଆବେଦନ କରିପାରିବେ । ଏଥିରେ ଖେଳାଳିଙ୍କ ଖେଳିବାର ଅଭିଜ୍ଞତା, ମାନସିକ ବିକାଶ ଏବଂ ଅନ୍ତର୍ଜାତୀୟ କ୍ରିକେଟର ଚାପକୁ ସହି ପାରିବେ କି ନାହିଁ ସେଥିପ୍ରତି ସେଥିପ୍ରତି ଧ୍ୟାନ ଦିଆଯିବ ।

ଟେଷ୍ଟ କ୍ରିକେଟ କଥା କହିବାକୁ ଗଲେ, ପାକିସ୍ତାନର ହୁସେନ ରାଜା ୧୯୯୬ରେ ମାତ୍ର ୧୪ ବର୍ଷ ୨୨୭ ଦିନରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ରୋମାନିୟାର ମ୍ୟାରିୟମ ଘେରସିମ ୨୦୨୦ରେ ଏବଂ କୁଏତର ମୀତ୍ ଭବସାର ୨୦୧୯ରେ ମାତ୍ର ୧୪ ବର୍ଷରେ ଇଣ୍ଟରନେସନଲ୍ କ୍ରିକେଟରେ ପାଦ ରଖିଥିଲେ । ଉଭୟ ଟି-ଟ୍ବେଣ୍ଟି କ୍ରିକେଟରେ ହିଁ ଡେବ୍ୟୁ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.