ଭାରତ ଫାଇନାଲ ମ୍ୟାଚ ନଖେଳିବାରୁ ଆଇସିସିକୁ ସହିବାକୁ ପଡ଼ିବ କ୍ଷତି…
14/07/2019 at 12:54 PM

ନୂଆଦିଲ୍ଲୀ୧୪|୭: ଚଳିତ ବିଶ୍ବକପର ଆଜି ଅନ୍ତିମ ମ୍ୟାଚ ଅର୍ଥାତ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡ ଟିମ ଠାରୁ ସେମିଫାଇନାଲ ମ୍ୟାଚ ଟିମ ଇଣ୍ଡିଆ ହାରିବାରୁ ଫାଇନାଲ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଛି। ଭାରତ ଫାଇନାଲ ମ୍ୟାଚ ନଖେଳିବାରୁ ଆଇସିସିକୁ ବହୁ ପରିମାଣ କ୍ଷତି ସହିବାକୁ ପଡ଼ିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ନିଜ ମତ ଜାହିର କରିଛନ୍ତି।
ବିଶେଷଜ୍ଞଙ୍କ କହିବାନୁଯାୟୀ, ଭାରତ ଖେଳୁଥିବା ପ୍ରତ୍ୟେକଟି ମ୍ୟାଚରେ ଦର୍ଶକଙ୍କ ସଂଖ୍ୟା ସର୍ବାଧିକ ରହିଥାଏ। ଭାରତ ମ୍ୟାଚ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଥାଏ। ଏହାର ଉଦାହରଣ, ଜୁନ ୧୬ରେ ଭାରତ ଓ ପାକିସ୍ତାନ ମ୍ୟାଚରେ ସର୍ବାଧିକ ଦର୍ଶକ ଷ୍ଟାଡ଼ିୟମରେ ଉପସ୍ଥିତ ଥିଲେ। ପାଖାପାଖି ୨୨୦ ମିଲିୟନ ଦର୍ଶକ ଖେଳକୁ ଉପଭୋଗ କରୁଥିଲେ। ସେହିପରି ଟେଲିଭିଜନରେ ଭାରତ ଓ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ପରିବାର ଭିତରେ ମାଡ଼ପିଟ ଲାଗନ୍ତି। ଚଳିତ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ ଷ୍ଟାର ସ୍ପୋର୍ଟସରେ ପ୍ରସାର କରାଯାଉଥିଲା।
ଏହି ମ୍ୟାଚକୁ ୩,୩୦,୫୮,୦୦୦ ଦର୍ଶକ ଷ୍ଟାର ସ୍ପୋର୍ଟସ ଚ୍ୟାନେଲରେ ଦେଖୁଥିଲେ, ସେହି ସପ୍ତାହରେ ଏହି ଖେଳ ଚ୍ୟାନେଲ ଏକ ନମ୍ବର ରହିଥିଲା । ଏଥିସହ ଭାରତ ଖେଳୁଥିବା ମ୍ୟାଚରେ ସବୁଠାରୁ ଅଧିକ ବିଜ୍ଞାପନ ପ୍ରସାରଣ କରିଯାଇଥାଏ। ଏହି ବିଜ୍ଞାପନ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ସର୍ଭେନୁଯାୟୀ, ଟିମ ଇଣ୍ଡିଆ ଖେଳୁଥିବା ମ୍ୟାଚର ଅନ୍ତିମ କିଛି ସମୟରେ ଆଇସିସି ୧୦-୧୫ କୋଟି ଟଙ୍କା ଆୟ କରିଥାଏ। ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ହାରିବା, କ୍ରିକେଟପ୍ରେମୀଙ୍କ ସମେତ ବିଜ୍ଞାପନ ଦାତାଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଯାହାଫଳରେ ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ ଖେଳୁନଥିବାରୁ ଆଇସିସିକୁ ଅର୍ଥନୈତିକ କ୍ଷେତ୍ରରେ ଶକ୍ତ ଝଟକା ଲାଗିଛି।
ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ହଟଷ୍ଟାର ଡିଜିଟାଲ ଚ୍ୟାନେଲ ମଧ୍ୟରେ ଶୀର୍ଷକରେ ଥିଲା। ଏହା ସହିତ ଯୋଡି ହୋଇଥିଲେ କୋଟି କୋଟି ଦର୍ଶକ ଏବଂ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା ହଟଷ୍ଟାର କ୍ଷେତ୍ରରେ।