କରୋନା ଭାଇରସ୍‌ ପରେ ଆରମ୍ଭ ହେବ କ୍ରିକେଟ୍, ଆଇସିସି ଜାରି କଲା ଗାଇଡ୍‌ଲାଇନ୍‌, କରିବାକୁ ପଡିବ ଏହି କାମ

Published By : Prameya-News7 Bureau | May 22, 2020 IST

ନୂଆଦିଲ୍ଲୀ ୨୨।୦୫: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ICC) କରୋନା ଭୂତାଣୁ ସଂକ୍ରମଣ ପରେ କ୍ରିକେଟ୍‌କୁ ପୁନର୍ବାର ଆରମ୍ଭ କରିବା ନେଇ ପୂରା ଗାଇଡ୍‌ଲାଇନ୍‌ ଜାରି କରିଛି। ଆଇସିସି ଏହି ଗାଇଡ୍‌ଲାଇନ୍‌ ଘରୋଇ କ୍ରିକେଟ୍‌ରଙ୍କଠୁ ନେଇ ଅନ୍ତରାଷ୍ଟ୍ରୀୟ ଖେଳାଳି ପର୍ଯ୍ୟନ୍ତ ସଭିଙ୍କ ଲାଗି ଜାରି କରିଛି। ଆଇସିସି ନିଜର ମାର୍ଗଦର୍ଶିକାକୁ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କରିଛି।

ପ୍ରଥମ ପର୍ଯ୍ୟାୟରେ ଖେଳାଳିଙ୍କୁ ଏକାକୀ ଟ୍ରେନିଂ ଆରମ୍ଭ କରିବାକୁ ପଡିବ। ଏହା ପରେ ଦ୍ଵିତୀୟ ପର୍ଯ୍ୟାୟରେ ୩ ଖେଳାଳିଙ୍କୁ ନେଇ ଗ୍ରୁପ୍‌ ଟ୍ରେନିଂ ଆରମ୍ଭ କରାଯିବ। ତୃତୀୟ ପର୍ଯ୍ୟାୟରେ ଛୋଟ ଗ୍ରୁପ୍ କିମ୍ବା ଟିମ୍‌ ନିଜର କୋଚ୍‌ଙ୍କ ସହିତ ଟ୍ରେନିଂ ଆରମ୍ଭ କରି ପାରିବ। ଚତୁର୍ଥ ପର୍ଯ୍ୟାୟରେ ଟିମ୍ ନିଜର ପୂରା ଖେଳାଳିଙ୍କ ସହିତ ମ୍ୟାଚ୍‌ ଖେଳି ପାରିବ। ଏଥିରେ ପରସ୍ପର ଛୁଇଁବାଠୁ ଦୂରେଇ ରହିବେ।

{"id":274468,"sizeSlug":"large"}

ଆଇସିସି ସମସ୍ତ ଅନ୍ତରାଷ୍ଟ୍ରୀୟ ଟିମ୍‌କୁ ଟ୍ରେନିଂ ପାଇଁ ମୁଖ୍ୟ ମେଡିକାଲ ଅଫିସର ନିଯୁକ୍ତ କରିବାକୁ କହିଛି। ତାଙ୍କର କାମ ସରକାରଙ୍କ ନିୟମକୁ ପାଳନ କରିବେ। ଏହା ବ୍ୟତୀତ ଆଇସିସି ଦୁଇ ଦଳ ମଧ୍ୟରେ ମ୍ୟାଚ୍‌ ପୂର୍ବରୁ ଆଇସୋଲେସନ ଟ୍ରେନିଂ କରାଇବା ଓ କୋଭିଡ୍-୧୯ ଟେଷ୍ଟ କରାଯିବ ବୋଲି କହିଛି। ଆଇସିସି ସମସ୍ତ ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି, ସେମାନେ ଖେଳାଳିଙ୍କୁ କୋଭିଡ୍-୧୯ ଲକ୍ଷଣ ବିଷୟରେ ରିପୋର୍ଟ କରିବାର ପ୍ରକ୍ରିୟା ଶିଖାନ୍ତୁ। ଏହା ବ୍ୟତୀତ ଆଇସିସି ଟିମ୍‌ଗୁଡିକୁ ମେଡିକାଲ୍ ରୁମ୍‌ରେ ଶଯ୍ୟା ଲଗାଇବାକୁ କହିଛି।

ଆଇସିସି ଟିମ୍‌କୁ ଖେଳ ପାଇଁ ଲମ୍ବା ଚଡଡା ଗାଇଡ୍‌ ଲାଇନ୍‌ ଜାରି କରିଛି। ମ୍ୟାଚ୍‌ ଆୟୋଜନ ସ୍ଥଳରେ କୋଭିଡ୍-୧୯ ମୁକାବିଲା ପାଇଁ ସମସ୍ତ ବନ୍ଦୋବସ୍ତ କରିବାକୁ କୁହାଯାଇଛି। ପ୍ରତ୍ୟେକ ସ୍ଥାନରେ ମ୍ୟାଚ୍‌ ପୂର୍ବରୁ ଡାକ୍ତରଙ୍କୁ ନିଯୁକ୍ତ କରାଯିବ। ସେ ଖେଳାଳି ଓ ମ୍ୟାଚ୍ ଅଧିକାରୀଙ୍କୁ ଡାକ୍ତରୀ ସେବା ଯୋଗାଇ ଦେବେ। ମ୍ୟାଚ୍‌ ସମୟରେ ସମସ୍ତ ପ୍ରକାରର ଗାଇଡ୍‌ଲାଇନ୍‌ ପାଳନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.