ଧୋନୀଙ୍କୁ ବଡ ସମ୍ମାନ ଦେଲା ଆଇସିସି, ଦଶନ୍ଧିର ଟି-୨୦ ଓ ଦିନିକିଆ ଦଳର କଲା ଅଧିନାୟକ

Published By : Prameya-News7 Bureau | December 27, 2020 IST

ନୂଆଦିଲ୍ଲୀ ୨୭।୧୨: ଆଇସିସି ଏମଏସ ଧୋନୀଙ୍କୁ ବହୁତ ବଡ ସମ୍ମାନ ଦେଇ ଦଶନ୍ଧିର ଆଇସିସି ଟି ୨୦ ଏବଂ ଦିନିକିଆ ଦଳର ଅଧିନାୟକ କରିଛି। ଆଇସିସି ଟି-୨୦ ଦଳରେ ଧୋନୀଙ୍କ ସମେତ ଚାରି ଜଣ ଭାରତୀୟ ଖେଳାଳି ଅଛନ୍ତି। ଧୋନୀଙ୍କ ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କୁ ଆଇସିସି ଟି-୨୦ ଦଳରେ ସ୍ଥାନ ମିଳିଛି।

ସେହି ପରି ଧୋନୀଙ୍କ ବ୍ୟତୀତ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ମଧ୍ୟ ଆଇସିସିର ଦଶନ୍ଧିର ଦିନିକିଆ ଦଳରେ ସାମିଲ। ଆଇସିସି ନିଜର ଟି-୨୦ ଦଳରେ ଛଅ ହିଟର ରୋହିତ ଶର୍ମା, କ୍ରିସ୍ ଗେଲ, ଆରୋନ ଫିଞ୍ଚ୍, ବିରାଟ କୋହଲି, ଏବି ଡିଭିଲିୟର୍ସ ଓ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କୁ ସାମିଲ କରିଛି। ଏମ ଏସ ଧୋନୀଙ୍କୁ ଅଧିନାୟକ ବ୍ୟତୀତ ଓ୍ଵିକେଟ୍ କିପିଂ ଦାୟିତ୍ଵ ଦିଆଯାଇଛି।

କିରଣ ପୋଲାର୍ଡ, ରଶିଦ ଖାନ, ଯଶପ୍ରୀତ ବୁମରା ଓ ଲସିଥ ମାଲିଙ୍ଗା ଦଳରେ ମହତ୍ଵପୂର୍ଣ୍ଣ ଖେଳାଳି ଭାବେ ସାମିଲ । ଆଇସିସି ଦିନିକିଆ ଦଳରେ ଭାରତର ତିନି, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ୨-୨, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାନ୍ଡ ଓ ଶ୍ରୀଲଙ୍କାର ଜଣେ ଖେଳାଳିଙ୍କୁ ସାମିଲ କରିଛି।

ଆଇସିସି ଦଶନ୍ଧିର ସର୍ବଶ୍ରେଷ୍ଠ ଟି-୨୦ ଟିମ୍

ରୋହିତ ଶର୍ମା, କ୍ରିସ୍ ଗେଲ୍, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡିଭିଲିୟର୍ସ, ଗ୍ଲେନ ମ୍ୟାକ୍ସଓ୍ଵେଲ, ଏମଏସ ଧୋନୀ, କିରଣ ପୋଲାର୍ଡ, ରଶିଦ ଖାନ, ଯଶପ୍ରୀତ ବୁମରା, ଲସିଥ ମାଲିଙ୍ଗା।

ଆଇସିସିର ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳ

ରୋହିତ ଶର୍ମା, ଡେଭିଡ୍ ଓ୍ଵାର୍ଣ୍ଣର, ବିରାଟ କୋହଲି, ଏବି ଡିଭିଲିୟର୍ସ, ସାକିବ ଉଲ ହାସନ, ଏମଏସ ଧୋନୀ, ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଡ, ଇମ୍ରାନ ତାହିର ଓ ଲସିଥ ମାଲିଙ୍ଗା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.