କୋହଲିଙ୍କ ବିରୋଧରେ ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗ ଆଣିଲେ ଆଇସିସି, ଅପିଲ ଶୈଳୀକୁ କହିଲେ ତ୍ରୁଟିପୁର୍ଣ୍ଣ
6/07/2019 at 5:32 PM

ମଞ୍ଚେଷ୍ଟର : ବିଶ୍ୱକପ୍ ରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଆଇସିସି । କ୍ରିକେଟ ଆଚରଣବିଧି ଉଲ୍ଲଂଘନରେ ତାଙ୍କୁ ଲେବୁଲ-୧ ଦୋଷୀ କରାଯାଇଛି। ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ରେ ତାଙ୍କର ଏକ ଅପିଲ ପାଇଁ ତାଙ୍କୁ ଦୋଷୀ କରାଯାଇଥିବା କହିଛନ୍ତି ଆଇସିସି। ଗତ ଜାନୁୟାରୀ ୨୦୧୮ରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ମ୍ୟାଚ୍ ବେଳେ ବି କୋହଲିଙ୍କୁ ଏକ ଡିମେରିଟ୍ ମିଳିଥିଲା। ଏହି ସବୁ ଡି ମେରିଟ୍ କୁ ମିସାଇ କେବେ ଆଇସିସି ତାଙ୍କୁ କ୍ରିକେଟରୁ ନିଲମ୍ବନ ମଧ୍ୟ କରିପାରନ୍ତି।

ଗତ ଆଫଗାନିସ୍ତାନ ମ୍ୟଚ୍ ବେଳେ ରହମତ ଶାହଙ୍କ ପ୍ୟାଡରେ ଏକ ବଲ ବାଜିଥିଲା। ୨୯ ତମ ଓଭରରେ ବୁମରାହଙ୍କ ବୋଲିଂ ବେଳେ ହୋଇଥିବା ଏହି ଘଟଣାରେ କ୍ୟାପ୍ଟେନ କୋହଲି ଏଲବିଡବ୍ଲୁ ଅପିଲ କରିଥିଲେ। ଏଥି ପାଇଁ ସେ ଅମ୍ପାୟାର ଅଲିମ ଡରଙ୍କ ଆଡକୁ ଯେଉଁଭଳି ଢଙ୍ଗରେ ମାଡିଯାଇଥିଲେ ତାକୁ ଅସ୍ୱାଭାବିକ କହିଛନ୍ତି ଆଇସିସି।

ବିଶ୍ୱକପରେ ଇଣ୍ଡିଆ ଏବେ ପଏଣ୍ଟ ଟେବୁଲର ଦ୍ୱିତୀସ୍ଥାନରେ ପହଞ୍ଚିଥିବା ବେଳେ ସେମି ପାଇଁ କ୍ୱାଲିଫାଇ କରିଛି। ତେବେ ଶନିବାର ଲିଡସରେ ଶ୍ରୀଲଙ୍କାକୁ ଭେଟିଥିବା ବେଳେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରୁଛି। ତେବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଟିମକୁ ପୁଣି ଧାରଣା ଉପରକୁ ଆଣିଛନ୍ତି ଆଞ୍ଜେଲ ମାଥ୍ୟୁସ ଓ ଲାହିରୁ ଥିରୁମାନେ। ମାଥ୍ୟୁସ ଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ଥିରିମାନେ ଅର୍ଦ୍ଧ ଶତକ ସହ ତାଙ୍କୁ କ୍ରିଜ୍ ରେ ସହଯୋଗ କରୁଛନ୍ତି।