Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଆଇସିସିଙ୍କ ‘ୱାର୍ଲଡ ଇଲେଭନ’ରେ ଟିମରେ ଇଣ୍ଡିଆର ରୋହିତ ଓ ବୁମରାହ, ୱିଲିୟମସନ କ୍ୟାପ୍ଟେନ

15/07/2019 at 6:57 PM

ଲଣ୍ଡନ:  ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଆଇସିସି ସୋମବାର ଚଳିତ ବିଶ୍ୱକପ ରୁ ମେନ୍ସ କ୍ରିକେଟ ୱାର୍ଲଡ କପ୍ ଟିମ୍ ଘୋଷଣା କରିଛନ୍ତି। ଯେଉଁଥିରେ ଫାଇନାଲ ମ୍ୟାଚ୍ ଖେଳିଥିବା ୬ ଜଣ କ୍ରିକେଟର ସାମିଲ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡର କେନ ୱିଲିୟମସଙ୍କୁ ଟିମର କ୍ୟାପ୍ଟେନ ବଛାଯାଇଛି। ଆଇସିସିର ଏହି ‘ୱାର୍ଲଡ ଇଲେଭନରେ’ ଟିମ୍ ଇଣ୍ଡିଆ ବ୍ୟାଟସମ୍ୟାନ ରୋହିତ ଶର୍ମା ଓ ବୋଲର ଯଶପ୍ରୀତ ବୁମରାହ ସ୍ଥାନ ପାଇଛନ୍ତି।

ଆଇସିସି ୱାର୍ଲଡ କପ ଦ୍ୱାଦଶ ସଂସ୍କରଣରେ ରୋହିତ ମୋଟ ୯ ଟି ଇନିଂସ ଖେଳିଥିବା ବେଳେ ଏଥିରୁ ୬୪୮ ରନ୍ ସଂଗ୍ରହ କରିଛନ୍ତି। ସେହିପରି ବୁମରାହ ୯ଟି ମ୍ୟାଚ୍ ରୁ ୧୮ଟି ୱିକେଟ୍ ପାଇଛନ୍ତି। ତେବେ ଆଇସିସିଙ୍କ ୱାର୍ଲଡ ଇଲେଭେନରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି ବାଦ ପଡିଛନ୍ତି। ସେ ୱାର୍ଲଡ କପ୍ ରେ ୯ଟି ମ୍ୟାଚ୍ ଖେଳିଥିବା ବେଳେ ୫ଟି ଅର୍ଦ୍ଧଶତକ ସହ ମୋଟ ୪୪୩ ରନ କରିଥିଲେ।

ତେବେ ବିଶ୍ୱ ଏକାଦଶରେ ଇଂଲଣ୍ଡର ସର୍ବାଧିକ ୪ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ସେହିପରି ୱାର୍ଲଡକପ୍ ଫାଇନାଲରେ ହାରିବା ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡର ୨ ଜଣ କ୍ରିକେଟର ଏହି ଟିମରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ୨ ଓ ବାଂଲାଦେଶର ଜଣେ ଖେଳାଳି ଟିମରେ ସ୍ଥାନ ପାଇଥିବା ଆଇସିସିଙ୍କ ପକ୍ଷରୁ ଜାରି ସୂଚନା କୁହାଯାଇଛି। ଆଇସିସିଙ୍କ ଏହି ଟିମକୁ ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ଇୟାନ ବିଶପ୍ , ଇୟାନ ସ୍ମିଥ ଓ ଇଶା ଗୁହା ଏହି ଟିମ୍ ଚୟନ କରିଛନ୍ତି। ଏହି ଚୟନ ସମିତିରେ କ୍ରିକେଟ ଲେଖକ ଲରେନ୍ସ ବୁଥ ଓ ଆଇସିସି ମହାପ୍ରବନ୍ଧକ ଜ୍ୟୋଫ ଏଲାର୍ଡିସ ଏହି ସମିତିର ସଦସ୍ୟ ଅଛନ୍ତି। ଆସନ୍ତୁ ଜାଣିବା ଆଇସିସିଙ୍କ ବିଶ୍ୱ ଏକାଦଶରେ ସ୍ଥାନପାଇଥିବା ଖେଳାଳିମାନେ କିଏ ?

ଖେଳାଳି                                       ଦେଶ                  ପ୍ରଦର୍ଶନ

ଜେସନ ରୟ                                 ଇଂଲଣ୍ଡ                ୪୪୩ ରନ୍

ରୋହିତ ଶର୍ମା                                ଭାରତ                ୬୪୮

କେନ ୱିଲିୟମସ (କ୍ୟାପ୍ଟେନ)               ନ୍ୟୁଜିଲ୍ୟାଣ୍ଡ           ୫୭୮

ଜୋ ରୁଟ                                      ଇଂଲଣ୍ଡ                ୫୫୬ ରନ୍

ଶକିବ ଅଲ ହାସନ                          ବାଂଲାଦେଶ          ୬୦୬ ରନ, ୧୧ୱିକେଟ୍

ବେନ ଷ୍ଟୋକ୍ସ                                 ଇଂଲଣ୍ଡ                ୪୬୫ ରନ୍, ୭ ୱିକେଟ୍

ଏଲେକ୍ସ କେରି( ୱିକେଟ୍ କିପର)           ଅଷ୍ଟ୍ରେଲିଆ            ୩୭୫, ୨୦ ୱିକେଟ୍

ମିଶେଲ ଷ୍ଟାର୍କ                                ଅଷ୍ଟ୍ରେଲିଆ            ୨୭ ୱିକେଟ୍

ଜୋଫ୍ରା ଆର୍ଚ୍ଚର                               ଇଂଲଣ୍ଡ                ୨୦ ୱିକେଟ୍ରନ୍

   Related Posts